Odia News Portal

ଛାତରୁ ପଡି ଶିଶୁ ମୃତ

୬ ମହଲା ବାଲକୋନୀରୁ ପଡି ଦେଢ ବର୍ଷର ଶିଶୁପୁତ୍ର ମୃତ । ସମ୍ବଲପୁର ଭୂଷଣ କାରଖାନା କ୍ୱାର୍ଟରରେ ୬ ମହଲାରୁ ପଡି ଶିଶୁ ପୁତ୍ର ମୃତ ହୋଇଥିବା ଖବର ସାମ୍ନାକୁ ଆସିଛି । ବାଲକୋନୀରେ ଖେଳୁଥିବା ବେଳେ ତଳେ ପଡି ଶିଶୁ ପୁତ୍ର ମୃତ ।

ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ

ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ। ଅପରାହ୍ନ ସାଢ଼େ ୪ଟା ବେଳେ ଉଭୟ ନେତାଙ୍କ ସାକ୍ଷାତକାର ରହିଛି। ୨ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭେଟିଥିଲେ। ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ…

ସରପଞ୍ଚ ଙ୍କୁ ଗୁଳି ମାରି ହତ୍ୟା କଲେ ମାଓବାଦୀ

କନ୍ଧମାଳ ଜିଲ୍ଲାରେ କିଛି ଦୀନର ବ୍ୟବଧାନ ପରେ ପୁଣି ସକ୍ରିୟ ଲାଲ୍ ବାହିନୀ | ଗତ କାଲି ବିଳମ୍ବିତ ରତିରେ ଦଶ ରୁ ଊର୍ଦ୍ଧ ସଶସ୍ତ୍ର ମାଓବାଦୀ ପୂର୍ବତନ ସରପଞ୍ଚ ଙ୍କ ଘରେ ପଶି ଉଠାଇନେଇ ଘର ବାରି ପଟେ ନିର୍ମମ ଭାବରେ ଗୁଳି କରି ହତ୍ୟା କରିଛନ୍ତି ମାଓ ବାଦୀ | ସୂଚନା ମୁତାବକ ଫିରିଙ୍ଗିଆ ଥାନା…

ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଚଢ଼ଉ

କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ତଥା ଖଣି ବ୍ୟବସାୟୀ ସନାତନ ମହାକୁଡ଼ଙ୍କ ଘରେ କୌଣସି ଏକ ସରକାରୀ ବିଭାଗ ପକ୍ଷରୁ ଚଢ଼ଉ ଚାଲିଥିବା ସୂଚନା ରହିଛି। କେନ୍ଦୁଝର , ଭୁବନେଶ୍ୱର ଏବଂ ପୈତୃକ ଗ୍ରାମ ନମ୍ବିରାରେ ଏକକାଳୀନ ଚଢ଼ଉ ହେଉଥିବା ସୂଚନା ରହିଛି। ସନାତନ ମହାକୁଡ଼ଙ୍କ କେନ୍ଦୁଝର…

ମୁଖ୍ୟମନ୍ତ୍ରୀଙ୍କ ଉତୁଙ୍ଗ ଉଦ୍ୟମ- ପାହାଡ ରେ ସୁଡ଼ଙ୍ଗ କରି ଦିଆଯିବ ପାଣି

ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମ ରତ। ଓଡିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ । ଗତକାଲି ବିଜୁ ଏକ୍ସପ୍ରେସ ୱେ-୨ ର ନିର୍ମାଣ ପାଇଁ ପାହାଡ କାଟି ଟନେଲ ଜରିଆରେ ରାସ୍ତା ନିର୍ମାଣ…

ଝାରସୁଗୁଡ଼ା ଉପନିର୍ବାଚନ; ଦିନ ୧୧ଟା ସୁଦ୍ଧା ୨୦.୩୮% ଭୋଟିଂ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ । ଦିନ ୧୧ଟା ସୁଦ୍ଧା ୨୦ ଦଶମିକ ୩୮ ପ୍ରତିଶତ ଭୋଟିଂ ହୋଇଛି । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ପୋଲିଂ କର୍ମଚାରୀଙ୍କୁ ନେଇ ପିଙ୍କ୍ ବୁଥ୍ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ସମସ୍ତ ପ୍ରକାର…

ଝାରସୁଗୁଡ଼ା ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୯ ଦଶମିକ ୭୫ ପ୍ରତିଶତ ମତଦାନ

ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୯ଟା ସୁଦ୍ଧା ମତଦାନ ହାର ୯ ଦଶମିକ ୭୫ ପ୍ରତିଶତ ରହିଛି । ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଚାଲିଛି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ ୯ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ…

ଗଜପତି ଗସ୍ତରେ ଫାଇଭ୍-ଟି ସଚିବ : ସାଧାରଣ ସଭାରେ ଯୋଗଦେଇ ଶୁଣିିଲେ ଲୋକଙ୍କ ଅଭିଯୋଗ

ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ । ଗତକାଲି ଅପରାହ୍ଣରେ ମୋହନା ହାଇସ୍କୁଲ ପଡ଼ିଆରେ ଓହ୍ଲାଇବା ପରେ ପ୍ରଶାସନିକ ଅଧିକାରୀଙ୍କ ସହ ଯାଇ ବିଜୁ ଏକ୍ସପ୍ରେସ୍ ୱେର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ପରେ ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ବୌଦ୍ଧ ମନ୍ଦିରରେ…

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ : ୨ଦିନ କେନ୍ଦ୍ର ସରକାରରେ ପଡ଼ି ରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର…

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ୧୧ ଓ ୧୨ତାରିଖ ଦୁଇ ଦିନ ଧରି ଦିଲ୍ଲୀରେ ରହିବେ । କେନ୍ଦ୍ର ସରକାରରେ ପଡ଼ିରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର ସେ ସମୀକ୍ଷା କରିବେ । ତେବେ ଏହି ଗସ୍ତ ସମୟରେ ସେ କୌଣସି କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇ ନାହିଁ । …

ଝାରସୁଗୁଡ଼ା ଉପନିର୍ବାଚନ: ଭୋଟଦାନ କେନ୍ଦ୍ରରେ ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭୋଟରମାନଙ୍କୁ ଫୁଲ ଚନ୍ଦନ ଦେଇ ଟିକା ଲଗାଇ ମତଦାନ କେନ୍ଦ୍ରକୁ ସ୍ବାଗତ କରାଯାଉଛି। ଅନେକ ନୂଆ ଭୋଟର ଆସିଥିବାବେଳେ ସେମାନେ ମତଦାନ କରିବା ନେଇ ଖୁସି ଥିବା ପରିଲକ୍ଷିତ ହେଉଛି। ବିଭିନ୍ନ ବୁଥ୍‌ରେ…