Odia News Portal

ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ ୨୫୮ କୋଭିଡ ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି ବଢ଼ିଲାଣି କରୋନା ସଂକ୍ରମଣ। କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ନୂଆ ୨୫୮ କୋଭିଡ ପଜିଟିଭ ଚିହ୍ନଟ ହୋଇଛି। ସେହିଭଳି ଏବେ ସୁଦ୍ଧା ରାଜ୍ୟରେ ୧ ହଜାର ୧୮୬ ଆକ୍ଟିଭ କେସ ରହିଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୩ ଜଣ ସୁସ୍ଥ…

କୋଲାବ ଡ୍ୟାମରୁ ୨ ମୃତଦେହ ଉଦ୍ଧାର

କୋଲାବ ଡ୍ୟାମରେ ନିଖୋଜ ଆଉ ୨ ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି । କାଲି ଜଣଙ୍କର ମୃତଦେହ ମିଳିଥିଲା ଏବେବି ଆଉ ଜଣେ ନିଖୋଜ ଅଛନ୍ତି । କୋଲାବ ଡ୍ୟମରେ ଡଙ୍ଗାବୁଡି ୪ ଜଣ ନିଖୋଜ ଥିଲେ ।

ବାଙ୍ଗିରୀପୋଷୀ – ଭୁବନେଶ୍ଵର ଟ୍ରେନର ବଫର ଭାଙ୍ଗିଲା 

କଟକ ରେଳ ଷ୍ଟେସନରେ ଅଘଟଣ। ବାଙ୍ଗିରୀପୋଷୀ – ଭୁବନେଶ୍ବର ଏକ୍ସପ୍ରେସ ଟ୍ରେନର ବଫର ଭାଙ୍ଗିଯିବାରୁ ଆତଙ୍କ ସୃଷ୍ଟି ହୋଇଥିଲା । ସକାଳ ପ୍ରାୟ ସାଢେ଼ ୯ରେ ଟ୍ରେନ କଟକ ଷ୍ଟେସନରେ ପହଞ୍ଚିବା ପରେ ଏହି ଅଘଟଣ ହୋଇଥିଲା । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏହି ଘଟଣା ଯୋଗୁଁ କଟକ…

ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ । ଏହି ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଏହି ନୂଆ ବର୍ଷ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ଓ ସମ୍ଭାବନା ନେଇ ଆସୁ ବୋଲି…

ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ର ରାଜନୀତି ନକରନ୍ତୁ: ବିଜେଡି

ସମ୍ବେଦନଶୀଳ ଆଇନ୍ ଶୃଙ୍ଖଳା ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ରାଜନୀତି ନକରିବାକୁ କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ।ଆଜି ଏଠାରେ ସାମ୍ବାଦିକମାନଙ୍କୁ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଦେଶର ବିଜେପି ଶାସିତ ରାଜ୍ୟ ଯଥା ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ…

ଗଜପତି ଷ୍ଟାଡିୟମରେ ଆୟୋଜିତ ହେଉଛି ମିଶ୍‌ନ ଶକ୍ତି ମେଳା

ଗଜପତି ଜିଲ୍ଲା ପାରାଳାଖେମୁଣ୍ଡି ପୌରପାଳିକା ଦ୍ୱାରା ଗଜପତି ଷ୍ଟାଡିୟମରେ ମିଶନ ଶକ୍ତିର ଏକ ମେଳା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମନ୍ତ୍ରୀ,ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ,ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ଉଦଘାଟନ୍ କରିଥିଲେ । ଏହି କାର୍ଯ୍ୟକ୍ରମରେ…

ଡଙ୍ଗା ବୁଡି ୪ ମୃତ,ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ

ଦେଶୀ ଡଙ୍ଗା ବୁଡି ୪ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଡଙ୍ଗାରେ ଥିବା ଅନ୍ୟ ୪ଜଣ ସୁରକ୍ଷିତ ଉଦ୍ଧାର କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ ପୋଡାଗଡ ଘାଟ ନିକଟରେ ବୁଡିଲା ଡଙ୍ଗା । ଡଙ୍ଗାରେ ୮ ଜଣ ମୁଖିଗୁଡାଇରୁ ତେନ୍ତୁଳିପଦର ଆସୁଥିଲେ । ମୃତକଙ୍କ…

ପଶ୍ଚିମ ଓଡିଶାରେ ପାରଦ ଛୁଇଁବ ୪୫ ଡିଗ୍ରୀ, ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ କଲା ସତର୍କ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ୨ ଦିନ ଭିତରେ ଆଭ୍ୟନ୍ତରୀଣ ଓଡିଶାରେ ତାମପାତ୍ରା ବଢିବ ବୋଲି ସତର୍କ କରାଯାଇଛି । ଦୈନିକ ତାପମାତ୍ରା ଆହୁରି ୨ ଡିଗ୍ରୀ ବଢିବ ବୋଲି କୁହାଯାଇଛି ।

ଦୁଷ୍କର୍ମୀଙ୍କୁ ଆଜୀବନ କାରାଦଣ୍ଡ

୨ ନାବଳିକା ଭଉଣୀକୁ ଦୁଷ୍ମର୍ମ ମାମଲାରେ ଆଜୀବ କାରାଦଣ୍ଡ ଦିଆଯାଇଛି । ଦୋଷୀ ବୁଡୁ ମଲାଣକୁ ଆଜୀବନ ଶୁଣାଇଲେ ପୋକ୍ସୋ କୋର୍ଟ । ୨୦୧୫ ମସିହାରେ ଗୋଳନ୍ଥରା ଅଞ୍ଚଳରେ ୨ ଭଉଣୀଙ୍କୁ ଦୁଷ୍ମର୍ମ ହୋଇଥିଲା ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ୨୦ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଏପ୍ରିଲ ୨୧ରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ।…