Odia News Portal

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ହ୍ୱିପ୍ ଜାରି, ୧୩–୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହିବାକୁ ନିର୍ଦ୍ଦେଶ

ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡି ପରେ ଏବେ କଂଗ୍ରେସ ମଧ୍ୟ ତାର ବିଧାୟକମାନଙ୍କ ପାଇଁ ହ୍ୱିପ୍ ଜାରି କରିଛି । କଂଗ୍ରେସ ପକ୍ଷରୁ ସମସ୍ତ ବିଧାୟକଙ୍କୁ ୧୩ ମାର୍ଚ୍ଚରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡି ନ ଯିବାକୁ ଓ ଭୁବନେଶ୍ୱରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚତୁର୍ଥ…

ମଞ୍ଚେଶ୍ୱର ବଗି ମରାମତି କାରଖାନା ରେ ଅଗ୍ନିକାଣ୍ଡ

ହଠାତ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର କ୍ୟାରେଜ୍ ରିପେୟାର୍ ୱାର୍କସପ୍‌ର କୋଚିଂ ଡିପୋ ପରିସରରେ ଲାଗିଗଲା ନିଆଁ । ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ୱାର୍କସପ୍‌ର ସ୍କ୍ରାପ୍ ଡିପୋଜିଟ୍ ଲାଇନ୍ (ବର୍ଜ୍ୟବସ୍ତୁ ରଖାଯାଉଥିବା ସ୍ଥାନ) ନିକଟରେ ଧୂଆଁ ଓ ନିଆଁ ଦେଖାଯାଇଥିଲା । ଏହାକୁ ନେଇ…

ଚୋରା ମଦ ଜବତ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ ଅଧିକାରୀ, 2 ଗୁରୁତର

କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଉପରେ ଅତର୍କିତ ଆକ୍ରମଣ । ଚୋରା ମଦ ଜବତ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଫାଣ୍ଡି ଅଧିକାରୀ ଓ ମହିଳା କନେଷ୍ଟବଳ । ପୋଲିସ ଅଧିକାରୀଙ୍କ ମୁଣ୍ଡକୁ ପଥରରେ ଛେଚିଲେ ମଦ ବେପାରୀ । 2 ପୋଲିସ ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏପରି ଅଭାବନୀୟ…

ରାଜ୍ୟରେ ଉତ୍କଟ ହେଉଛି ଏଲପିଜି ସଙ୍କଟ

ଜାଳେଣି ପାଇଁ ଭାଳେଣି । ରାଜ୍ୟରେ ଉତ୍କଟ ହେଉଛି ଏଲପିଜି ସଙ୍କଟ । ବଢୁଛି ଗୃହିଣୀଙ୍କ ଟେନସନ । କେଉଁଠି ବୁକିଂ ପରେ ଠିକ ସମୟରେ ଗ୍ୟାସ ମିଳୁନି ତ ଆଉ କେଉଁଠି ବୁକିଂ କରିବାକୁ ଉପଭୋକ୍ତା ନାକେଦମ । ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ୟାସ ଏଜେନସୀରେ ଲମ୍ବା ଲାଇନ ଲାଗୁଛି । ବୁକିଂ ପରେ ବି ଠିକ…

ଖସିପଡ଼ିଲା ଆମେରିକାର ସାମରିକ ବିମାନ, ଘଟଣାରେ ସାମିଲ ଥିଲେ ଦୁଇଟି ବିମାନ

ଖସିପଡ଼ିଲା ଆମେରିକାର ସାମରିକ ବିମାନ । ଇରାକରେ ଆମେରିକାର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ । ଆମେରିକାର ସେଣ୍ଟ୍ରାଲ କମାଣ୍ଡଙ୍କ ସୂଚନା ଅନୁଯାୟୀ, ଇରାନ ବିରୋଧରେ ଚାଲିଥିବା ଅଭିଯାନରେ ନିୟୋଜିତ ଏକ ଆମେରିକୀୟ ସାମରିକ ବିମାନ ପଶ୍ଚିମ ଇରାକରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି…

ବାଲେଶ୍ୱରରେ ଅଗ୍ନିକାଣ୍ଡ, ଜଳିଗଲା ୮ ବଖରା ଘର

ଜଳିଗଲା ୮ ବଖରା ଘର । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ଗାଁର ବଳ ସାହିରେ ଅଗ୍ନିକାଣ୍ଡ । ୪ଜଣଙ୍କର ୮ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଘରର ସମସ୍ତ ଆସବାବ ପତ୍ର ଓ ଗୋଟିଏ ଗାଡ଼ି ପୋଡି ନଷ୍ଟ ହୋଇଯାଇଛି । ନଷ୍ଟ ହୋଇଥିବା ଜିନିଷର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ।…

ଆଇଏଏସ ସ୍ତରରେ ଅଦଳବଦଳ , ସ୍ମୃତିରଂଜନ ପ୍ରଧାନ- ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ

ଆଇଏଏସ ସ୍ତରରେ ଅଦଳବଦଳ । ମନୀଷ ଅଗ୍ରୱାଲ ହେଲେ ସମବାୟ ସମିତିର ନିବନ୍ଧକ । ସ୍ମୃତିରଂଜନ ପ୍ରଧାନ ହେଲେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ । ସିଦ୍ଧାର୍ଥ ଦାସ ହେଲେ ମତ୍ସ୍ୟ ସଂପଦ ବିଭାଗର ନିର୍ଦ୍ଦେଶକ । ସେହିପରି ମଧୁସ୍ମିତା ସାହୁ ଶିକ୍ଷକ ଶିକ୍ଷା ଅନୁସନ୍ଧାନ ଓ ତାଲିମ…

ଓଡ଼ିଶା -ଆନ୍ଧ୍ର ସୀମାରୁ ୬୩୧ଟି କଇଁଛ ଜବତ, ୭ ଗିରଫ

ବେଆଇନ ଚାଲାଣ ବେଳେ ଜବତ ।  ଓଡ଼ିଶା – ଆନ୍ଧ୍ର ସୀମାରୁ ୬୩୧ଟି କଇଁଛ ଜବତ କଲା ମାଲକାନଗିରି ଜିଲ୍ଲା ବନ ବିଭାଗ ।  ଜବତ କଇଁଛ ଗୁଡ଼ିକ ଭାରତୀୟ ଫ୍ଲାପସେଲ୍ ପ୍ରଜାତିର ।  ମୋଟୁ ରେଞ୍ଜ୍ ରେ ବନ ବିଭାଗର ଏକ ସ୍ୱତନ୍ତ୍ର ଅପରେସନ ବେଳେ ଜବତ ହୋଇଛି ।  ଆନ୍ଧ୍ର ପ୍ରଦେଶ କୃଷ୍ଣା ଜିଲ୍ଲାର ୨ଜଣ…

ଚାଲିପାରୁନି ବିଧାନସଭା, ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି

ଗୃହରେ ଗ୍ୟାସ ତାତି ।  ଚାଲିପାରୁନି ବିଧାନସଭା ।  ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି ।  ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ। ଗ୍ୟାସ୍ ଅଭାବକୁ ନେଇ ହୋହଲ୍ଲା କରିଥିଲେ। ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟ ନାରାବାଜି କରିଥିଲେ । ଗୃହ କାର୍ଯ୍ୟ…

ବିରୂପା ବ୍ୟାରେଜରୁ ଦୁଇ ଭାଇଙ୍କର ମୃତଦେହ ଉଦ୍ଧାର

କଟକଜିଲ୍ଲା ଚୌଦ୍ବାର ବିରୂପା ବ୍ୟାରେଜ୍ ଏକ ନମ୍ବର ଗେଟ ନିକଟରେ ଦୁଇ ଯୁବକଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଯୁବକ ଦୁଇ ଜଣ ଚୌଦ୍ବାର ମଣ୍ଡାପଡ଼ା ଅଞ୍ଚଳର ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ ବୋଲି ସନ୍ଦେହ କରାଯାଉଛି । ଦୁଇ ଭାଇ ଗତ ଦୁଇ ଦିନ ତଳୁ ନିଖୋଜ ଥିଲେ । ତାଙ୍କର ଏକ…