Odia News Portal

ରାଜ୍ୟରେ ଜାରି ରହିବ ଡ୍ରାଇଭରଙ୍କ ଆନ୍ଦୋଳନ

ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଡ୍ରାଇଭର ଏକତା ମହାସଂଘ ଆନ୍ଦୋଳନରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି। ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି। ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ମୁଖ୍ୟ…

ସ୍ୱାଭାବିକ ହେଲା ବସ୍‌ ଚଳାଚଳ,ଯାତ୍ରୀ ଆଶ୍ୱସ୍ତ

ବସ୍ ଚଳାଚଳ ସ୍ୱାଭାବିକ ହୋଇଛି। ଘରୋଇ ବସ୍‌ ମାଲିକ ସଂଘ ଆନ୍ଦୋଳନରୁ ଓହରିବା ପରେ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି। ରାଜ୍ୟରେ ବସ୍‌ ଚଳାଜଳ ସ୍ୱାଭାବିକ ହୋଇଥିବା ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆଜି ଏହି ସୂଚନା ଦେଇଛନ୍ତି।…

ବସ୍ ଚଳାଚଳ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘର ଚେତାବନୀ

ଆଜି ସନ୍ଧ୍ୟା ସୁଦ୍ଧା ସରକାର ଯଦି ଆନ୍ଦୋଳନକାରୀ ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ କରନ୍ତି, ତେବେ ବସ୍ ଚଳାଚଳ ବନ୍ଦ ରଖିବାକୁ ବାଧ୍ୟ ହେବୁ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏକ ସାମ୍ବାଦିକ…

ଡ୍ରାଇଭରମାନଙ୍କ ଆନ୍ଦୋଳନର ପ୍ରଭାବ: ରାଜଧାନୀରେ ପନିପରିବା ଦର ଆକାଶଛୁଆଁ

ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଥିବା ବେଳେ ପରିବା ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏବେ ରାଜଧାନୀରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଦୁଇ ଦିନ ହେଲା ପରିବା ଟ୍ରକ ଆସିପାରୁନଥିବା କାରଣରୁ ଏଭଳି ସ୍ଥିତି ଉପୁଜିଥିବା ବ୍ୟବସାୟୀମାନେ କହିଛନ୍ତି। ଆଉ ଅଧେ…

ଆଜିଠୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିଛି। ବୁଧବାର ଅଧିକାଂଶ ଅଞ୍ଚଳରେ ମେଘୁଆ ପାଗ ସାଙ୍ଗକୁ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇଛି। ଆଗାମୀ ୧୯ ତାରିଖ ଯାଏ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ । ଆଜି, ଆସନ୍ତାକାଲି ଓ ୧୮ ତାରିଖରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି…

ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଛାତ୍ର ମୃତ

ପରୀକ୍ଷା କେନ୍ଦ୍ରରେ ଜଣେ ମାଟ୍ରିକ ଛାତ୍ରଙ୍କ ମୃତ୍ୟୁ ଘଟିଛି ।ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କୋରାପୁଟର ଦାମନଯୋଡି ପରୀକ୍ଷା କେନ୍ଦ୍ରରେ ଏହି ଘଟଣାଟି ଘଟିଛି । ସୂଚନାନୁସାରେ ଛାତ୍ରଟି ପରୀକ୍ଷା କେନ୍ଦ୍ରରେ ପହଂଚିବା କ୍ଷଣେ…

ବ୍ଲେଡ ମାଡରେ ଛାତ୍ରୀ ଗୁରୁତର

ପରୀକ୍ଷା ଦେଇ ଫେରୁଥିବା ବେଳେ ଜଣେ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିବାକୁ ଉଦ୍ୟମ କଲା ବେଳେ ଖସି ପଳାଇ ଆସିଲେ ଛାତ୍ରୀ। ଦୁର୍ବୃତ୍ତଙ୍କ ବ୍ଲେଡ୍‌ ମାଡ଼ରେ ଛାତ୍ରୀ ଜଣଙ୍କ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ। ଆହତ ଛାତ୍ରୀ ଜଣଙ୍କ ହେଲେ…

ଆଜି ରାଜଧାନୀରେ ଗଡ଼ିବନି ଅଟୋ

ଆଜି ରାଜଧାନୀରେ ଗଡିବନି ଅଟୋ । ଆନ୍ଦୋଳନରେ ସାମିଲ ହେବେ ସ୍ମାର୍ଟସିଟି ଅନଲାଇନ୍ ଅଟୋ ସଂଘ । ଆଜି ରାଜଧାନୀରେ ପାଖାପାଖି ୧୦ ହଜାର ଅଟୋ ରିକ୍ସା ଗଡିବନି । ଅଟୋରିକ୍ସା ଚାଳକ ମାନେ ଲୋୟର ପିଏମଜିରେ ଧାରଣା ଦେବେ । ସଂଘ କହିଛି, ଷ୍ଟିଅରିଂ ଛାଡ ଆନ୍ଦୋଳନ ବେଳେ ଧର୍ମଘଟ ନାଁରେ ଆନ୍ଦୋଳନକାରୀ…

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା: ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ  ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି। ଭୁବନେଶ୍ବର-କଟକ କମିସ‌ନରେଟ ପୁଲିସ ଅନ୍ତର୍ଗତ ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ଶ୍ରଦ୍ଧାଞ୍ଜଳି ମାମଲାରେ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ମିଳିଛି। ୩ଟି ମାମଲାରୁ ମାତ୍ର…