Odia News Portal

ବୌଦ୍ଧ ଓ କନ୍ଧମାଳ ହେବ ମାଓ ମୁକ୍ତ, ଆରମ୍ଭ ହେବ ମାଓ ନିପାତ ଅପରେସନ

ବୌଦ୍ଧ ଓ କନ୍ଧମାଳ ହେବ ମାଓ ମୁକ୍ତ। କନ୍ଧମାଳରୁ ଆରମ୍ଭ ହେବ ମାଓ ନିପାତ ଅପରେସନ। ଦୁଇଦିନିଆ ବୌଦ୍ଧ- କନ୍ଧମାଳ ଗସ୍ତରେ ଯାଇ ମାଓ ଅପରେସନ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଦେଶରୁ ନକ୍ସଲବାଦ ଶେଷ ପାଇଁ ୨୦୨୬ ମାର୍ଚ୍ଚ ଡେଡଲାଇନ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର…

ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ, ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ହୋଇପାରେ ଘନୀଭୂତ

ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ । ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମାଲାକା ଷ୍ଟ୍ରେଟ୍ ଓ ଏହାର ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଓଡ଼ିଶା ଉପକୂଳ ଠାରୁ ଏହା ବହୁ ଦୂରରେ…

ବିହାର ବିଜୟ ମୋଦୀଙ୍କ ନେତୃତ୍ବକୁ ବଡ଼ ସ୍ବୀକୃତି: ଧର୍ମେନ୍ଦ୍ର

ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ମେଣ୍ଟର ବିଜୟ ପରେ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଜନସାଧାରଣ, ଦଳୀୟ…

ରଥକାଠ ଅନୁକୂଳ ପୂଜା ପାଇଁ ନିର୍ଘଣ୍ଟ ହେଲା ଶୁଭଦିନ

ବିଶ୍ବ ନିଅନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା-୨୦୨୬ ନିମନ୍ତେ ଆଜି ରଥକାଠ ଅନୁକୂଳ ପୂଜା ପାଇଁ ଶୁଭଦିନ ନିର୍ଘଣ୍ଟ ହୋଇଛି। ଆବାହମାନ କାଳରୁ ନୟାଗଡ଼ା ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ରଥକାଠ ଅନୁକୂଳ ପୂଜା କରାଯିବା ସହ ପ୍ରଥମ ରଥକାଠ ଯୋଗାଣ ହୋଇ…

ସାଲିଆ ସାହି ବସ୍ତିକୁ ନୋ ଏଣ୍ଟ୍ରି, ବୁଲିବ ତାରବାଡ

ସାଲିଆ ସାହି ବସ୍ତିକୁ ନୋ ଏଣ୍ଟ୍ରି । ବୁଲିବ ତାରବାଡ । ପ୍ରବେଶ କରିପାରିବେ ନାହିଁ ଅନୁପ୍ରବେଶକାରୀ । ଗତକାଲି ସାଲିଆ ସାହି ବସ୍ତି ଉଚ୍ଛେଦ ଅଭିଯାନ ଶେଷ ହୋଇଛି । ପ୍ରାୟ ୩ ଦିନ ଧରି ଏହି ଅଭିଯାନ ଚାଲିଥିବା ବେଳେ ହଜାର ହଜାର ଲୋକେ ବିସ୍ଥାପିତ ହୋଇଛନ୍ତି ।…

ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡ଼ା ଚେକିଂ, ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ

ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡ଼ା ଚେକିଂ । ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ କଡ଼ା ଚେକିଂ କରାଯାଉଛି । ସମୁଦ୍ର ମଧ୍ୟକୁ ଯାଉଥିବା ବିଭିନ୍ନ ବୋଟ୍ ଉପରେ ପୋଲିସର ନଜର ରହିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ…

୬ ମାସରେ ୫ ଜଣଙ୍କ ଅକାଳ ମୃତ୍ୟୁ, ଗ୍ରାମବାସୀ କଲେ ଜଣ୍ଡିସ ଅଭିଯୋଗ

ଗତକାଲି ରାୟଗଡ଼ା ସଦର ବ୍ଲକ ମାଟିକଣା ପଞ୍ଚାୟତର ପଦକାପାଡ଼ୁ ଗ୍ରାମର ନାଗେଶ ନିଶିକା ସକାଳୁ ଚାଷ କାର୍ଯ୍ୟରେ ଡଙ୍ଗର ଯାଇଥିଲେ, ସେଠାରେ ‌ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ଘରକୁ ଫେରିଲା ପରେ ନାଗେଶଙ୍କୁ ପେଟ ବ୍ୟଥା ହେବା ସହ ବାନ୍ତି ହୋଇଥିଲା ଏବଂ ସଂଧ୍ୟା ବେଳେ ଚିକିତ୍ସା…

ସାତକୋଶିଆ ପ୍ରଥମ ବିସ୍ଥାପିତ ଗାଁର ଲୋକଙ୍କ ଜୀବନ ଚୁଆ ପାଣିରେ ବିତୁଛି

ସାତକୋଶିଆ ଛାଡ଼ିବାକୁ ୭୮ ପରିବାର ବିଶିଷ୍ଟ ଏହି ଗାଁର ଲୋକଙ୍କୁ ସେତେବେଳେ ଅନେକ ସ୍ବପ୍ନ ଦେଖାଇଥିଲା ବନ ବିଭାଗ ଓ ଜିଲ୍ଲା ପ୍ରଶାସନ। ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କା ସହ ୨୪ ଦଫା ସୁବିଧା ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ସେହି ବଡ଼କନ୍ତକୁଳ ପଞ୍ଚାୟତର ଯେଉଁ ନୂଆ ଜାଗାରେ ଥଇଥାନ…

ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଲେ ଜୟ ଢୋଲକିଆ

ନବ ନିର୍ବାଚିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଗୁରୁବାର ମଧ୍ୟାହ୍ନରେ ବାଚସ୍ପତି ସୁରମା ପାଢୀ ତାଙ୍କ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ଢୋଲକିଆଙ୍କ ମା, ପତ୍ନୀଙ୍କ ସମେତ…

ନୂଆପଡ଼ାରେ ୩୦ ଟିକିଆ ହାତିପଲର ଉତ୍ପାତ

କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ ଗ୍ରାମ ରେ ହାତୀ ଆତଙ୍କ । ବିରାଶାଳ ଠାରେ ଥିବା ଏୟାରଷ୍ଟ୍ରିପର ପାଚେରୀ ଭାଙ୍ଗିବା ସହ ଆତଙ୍କ ମଚେଇଲେ ତିନି ହାତୀ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ତିନି ଟିକିଆ ହାତୀପଲ ବିରାଶାଳ ଗ୍ରାମ ରେ ଆତଙ୍କ ସୃଷ୍ଟି କରିଥିବା ବେଳେ…