Odia News Portal

୧ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ ; ୬ ଗିରଫ

ସମ୍ବଲପୁର ଅବକାରୀ ବିଭାଗ ପୁଣି ଥରେ ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଘଟଣାର ପର୍ଦ୍ଦାଫାଶ କରିଛି । ଆଜି ସମ୍ବଲପୁର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଶାସନ ଟୋଲଗେଟ ଓ ରଂପେଲା ଠାରେ ପେଟ୍ରୋଲିଂ କରୁଥିବା ବେଳେ ମୋଟ ୩ ଗୋଟି ଗାଡିରୁ ୧ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କରିଛି ।…

ଘନ କୁହୁଡି ଯୋଗୁ ମଝି ଚିଲିକାରେ ଫସିଲା ଡଙ୍ଗା

ଚିଲିକାରେ ଫସିଲା ଡଙ୍ଗା । ଘନ କୁହୁଡ଼ି ଯୋଗୁ ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା ଫସି ରହିଛି । ୨୦ରୁ ଅଧିକ ଡଙ୍ଗା ଫସି ରହିଥିବା ସୂଚନା ମିଳିଛି । କାଳୀଜାଈ ପୀଠରେ ମକର ମେଳା ଦେଖିବାକୁ ଯାଉଥିଲେ ଶ୍ରଦ୍ଧାଳୁ । ଏହି ସମୟରେ ଡଙ୍ଗା ଫସି ରହିଛି ।

ବିଜେଡିକୁ ଫେରିବେ ଦିଲ୍ଲୀପ

ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ତାଙ୍କ ପୁରୁଣା ଘର ବିଜେଡିକୁ ଫେରିବା ନେଇ ସମ୍ଭାବନା ଦେଖାଦେଉଛି । ତେବେ ରାଉରକେଲାଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ଯାଏଁ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଧରିଛି । ଦିଲ୍ଲୀପ ୨୦୨୪ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ବୋଲି ନୂଆବର୍ଷରେ ସୂଚନା ମିଳିବା…

ବିଶ୍ୱର ଧନୀ ସେଲିବ୍ରିଟି ତାଲିକାରେ କିଙ୍ଗ ଖାନ୍‌ ଶାହାରୁଖ

ବିଶ୍ୱର ଧନୀ ସେଲିବ୍ରିଟି ତାଲିକାରେ କିଙ୍ଗ ଖାନ୍‌ ଶାହାରୁଖ । ଚତୁର୍ଥ ସ୍ଥାନରେ ଅଛନ୍ତି ଶାହାରୁଖ ଖାନ୍‌ । ତାଙ୍କ ପାଖରେ ରହିଛି ମୋଟ୍‌ ୭୭୦ ମିଲିୟନ୍‌ ଡଲାର ବା ୬ହଜାର ୨୫୯ କୋଟି ଟଙ୍କା ସମ୍ପତ୍ତି । ବିଶ୍ୱର ସବୁଠୁ ଧନୀ ଅଭିନେତା ତାଲିକାର ଶୀର୍ଷ ୧୦ ଜଣଙ୍କ ଭିତରେ କିଙ୍ଗ ଖାନ୍‌…

ଧର୍ମଶାଳାରେ ଭୂକମ୍ପ ଝଟକା

ହିମାଚଳ ପ୍ରଦେଶରେ ଶନିବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ହିମାଚଳ ପ୍ରଦେଶର ଧର୍ମଶାଳା ନିକଟରେ ଆଜି ସକାଳ ୫ଟା ୧୭ରେ ଭୂକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୨ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଧର୍ମଶାଳାରୁ ୨୨ କିଲୋମିଟର ପୂର୍ବରେ ଅନୁଭବ…

ଭାରତ ଯୋଡ ଯାତ୍ରା ବେଳେ ହୃଦଘାତରେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ

ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ ହୋଇଯାଇଛି । ଚୌଧୁରୀ ଆଜି ସକାଳେ ଭାରତ ଯୋଡ ଯାତ୍ରାରେ ଭାଗ ନେଇଥିଲେ। ରାହୁଲ ଗାନ୍ଧୀଙ୍କ ସହ ଚାଲୁଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଭିର୍କ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ…

ରେଳ ଦୁର୍ନୀତି: ଲାଲୁଙ୍କ ବିରୋଧରେ ଚାଲିବ ମକଦ୍ଦମା, ସିବିଆଇକୁ କେନ୍ଦ୍ରର ଅନୁମତି

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ତଥା ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ମାମଲା ଚଳାଇବାକୁ ସିବିଆଇକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ସ୍ବୀକୃତି ପତ୍ରକୁ ସିବିଆଇ ସିବିଆଇ ଶୁକ୍ରବାର ଏକ ସ୍ବତନ୍ତ୍ର…

କୁଆଖାଇ ନଦୀ ପଠାରୁ ଅଜଣା ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ଅସ୍ପଷ୍ଟ

କୁଆଖାଇ ନଦୀ ପଠାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ମଞ୍ଚେଶ୍ବର ଥାନା ବରିମୁଣ୍ଡ ନିକଟ କୁଆଖାଇରୁ ମିଳିଲା ଯୁବକଙ୍କ ମୃତଦେହ । ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଲା ପୋଲିସ । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତଦେହର ପରିଚୟ ମିଳିନି । ମଞ୍ଚେଶ୍ୱର ଥାନା ପୋଲିସ ଅଧିକ…

ହକି ବିଶ୍ୱକପ : ଆଜି ଚାରୋଟି ମ୍ୟାଚ

ହକି ବିଶ୍ବକପର ଦ୍ବିତୀୟ ଦିନରେ ଆଜି ମଧ୍ୟ ଚାରିଟି ମ୍ୟାଚ ଖେଳାଯିବ। ଦିନ ଗୋଟାଏରେ ରାଉରକେଲା ବିର୍ସା ମୁଣ୍ଡାରେ ନ୍ୟୁଜିଲାଣ୍ଡ ଓ ଚିଲି ମଧ୍ୟରେ ଆଜିର ପ୍ରଥମ ମ୍ୟାଚ ଖେଳାଯିବ । ଅପରାହ୍ନ ୩ଟାରେ ନେଦରଲ୍ୟାଣ୍ଡ୍ସ ଓ ମାଲେସିଆ ମୁହାଁମୁହିଁ ହେବେ । ସଂଧ୍ୟା ୫ଟାରେ ବେଲଜିୟମ ଓ ଦକ୍ଷିଣ…

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମକର ସଂକ୍ରାନ୍ତି ଶୁଭେଚ୍ଛା

ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ପାଳିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖମୟ ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।