Odia News Portal

ଟିମ ଇଣ୍ଡିଆ ର ଶତକ ବିଜୟ

ସେଞ୍ଚୁରିଅନ ବିଜୟ ସହ ୨୦୨୧ ବର୍ଷ ଶେଷ କଲା ଟିମ୍ ଇଣ୍ଡିଆ । ସୁପର୍ ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଟେଷ୍ଟରେ ଦକ୍ଷିଣ ଆଫ୍ରିକାରେ ଭାରତ ୧୧୩ ରନରେ ବିଜୟୀ ହୋଇଛି ।

ଆଜିର ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ମ୍ୟାଚରେ ସେଞ୍ଡୁରୀ ଇନିଂସ୍ ଖେଳିଥିବା ଲୋକେଶ ରାହୁଲ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ମ୍ୟାଚ ଜିତିବା ପାଇଁ ୩୦୫ ରନର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୧୯୧ ରନ୍ କରି ଅଲଆଉଟ ହୋଇ ଯାଇଥିଲା ।

ଭାରତ ପ୍ରଥମ ଇନିଂସରେ ୩୨୭ ରନ୍ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୧୯୭ ରନ୍ କରିଥିଲା । ଦ୍ବିତୀୟ ଇନିଂସରେ ଭାରତ ୧୭୪ ରନ୍ କରି ଅଲଆଉଟ ହୋଇଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ଆଗରେ ମ୍ୟାଚ ଜିତିବା ପାଇଁ ୩୦୫ ରନ୍ ଲକ୍ଷ୍ୟ ଥିଲା ।