Odia News Portal

ଶ୍ରୀଲଙ୍କାରେ ହୋଇପାରେ ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ବଢ଼ୁଛି ସସପେନ୍ସ । ଆୟୋଜନ କରିବା ଲାଗି ବିଭିନ୍ନ ଦେଶ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ସେପଟେ ଏହି ରେସରେ ଆଜି ସାମିଲ ହୋଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ବିଶ୍ୱକପ ଆୟୋଜନ କରିବା ଲାଗି ବିସିସିଆଇ ସହ କଥା ହେଉଛି ଏସଏଲସି ବୋର୍ଡ ।

ସୂଚନା ଥାଉକି, ଆସନ୍ତା ଅକ୍ଟୋବର ମାସରେ ଆୟୋଜିତ ହେବାକୁଥିଲା ଟି-୨୦ ବିଶ୍ୱକପ । ତେବେ ଭାରତରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହାର ନହେବାର ସମ୍ଭାବନା ଅଧିକ ରହିଛି । ଏହାପରେ ଭାରତ ବାହାରେ ଆୟୋଜନ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ୟୁଏଇରେ ବିଶ୍ୱକପ ହେବ ବୋଲି କୁହାଯାଉଥିଲା । ତେବେ ଏଯାବତ କିଛି ସ୍ପଷ୍ଠ ହୋଇନାହିଁ । ୟୁଏଇରେ ମାତ୍ର ତିନିଟି ଷ୍ଟାଡିୟମ ରହିଛି । ସେପଟେ କିନ୍ତୁ ଶ୍ରୀଲଙ୍କାରେ ଅନେକ ଗୁଡିଏ ବିକଳ୍ପ ରହିଛି । ଏଣୁ କେଉଁଠାରେ ହେବ ତାହା ଆଗାମୀଦିନରେ ସ୍ପଷ୍ଠ ହୋଇଯିବ ।