ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର ସରପଞ୍ଚ ପଦ ଦାୟିତ୍ୱ ସ୍ଥାନୀୟ ନାଏବ ସରପଞ୍ଚ ବନିତା ପଟ୍ଟନାୟକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଚନ୍ଦ୍ରଧ୍ଵଜ ମାଝୀ ସରପଞ୍ଚ ଥିବାବେଳେ ଗତ ବର୍ଷ ନଭେମ୍ବର ୧୧ ତାରିଖରେ ପଞ୍ଚାୟତର ପ୍ରାୟ ୱାର୍ଡ ମେମ୍ବରମାନେ ଅନସ୍ତା ପ୍ରସ୍ତାବ ପାଇଁ ଭୋଟ ଦେଇଥିଲେ। ଏହା ସ୍ଥଗିତ ପାଇଁ ଚନ୍ଦ୍ରଧ୍ଵଜ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ତିନି ମାସ ପରେ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପ୍ରକାରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୧୪୮/୨୬ ପ୍ରକାରେ ନାଏବ ସରପଞ୍ଚ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
