Odia News Portal

ମାତ୍ର ୧୫୦ ଘଣ୍ଟା… ଶେଷ ହେବାକୁ ଯାଉଛି ମିଶନ ଚନ୍ଦ୍ରଯାନ-୩

ଇସ୍ରୋ ଚନ୍ଦ୍ରରେ ତ୍ରିରଙ୍ଗା ଉଡାଇ ଦେଶବାସୀଙ୍କୁ ଗର୍ବିତ କରିଛି । ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ଅବତରଣ କରିଥିଲା । ଏହା ପରେ ଅନେକ ବଡ ବଡ ତଥ୍ୟ ସାମ୍ନାକୁ ଆସିଛି । ତେବେ ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମର ୧୪ ଦିନିଆ କାର୍ଯ୍ୟକାଳ ବି ଶେଷ ହେବାକୁ ଯାଉଛି । ଅର୍ଥାତ ଏହି ଦୁଇଜଣଙ୍କ ପାଖରେ ମାତ୍ର ୬ ଦିନର ସମୟ ରହିଛି । ଚନ୍ଦ୍ରଯାନ-୩ ନିଜର ଶେଷ ୬ ଦିନରେ ଅନେକ ବଡ ବଡ ତଥ୍ୟ ହାସଲ କରିପାରେ । ଯାହା ସାରା ବିଶ୍ୱର ଅନେକ ସମସ୍ୟାକୁ ଦୂର କରିବ । ଆସନ୍ତୁ ଜାଣିବା ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ କଣ କରିବ ।