Odia News Portal

୩୩ଟି ଚକ ନିର୍ମାଣ କାମ ଶେଷ

ପୁରୀ: ଚଳିତବର୍ଷ ରଥଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶ୍ରୀକ୍ଷେତ୍ରରେ ନିର୍ମାଣ ଚାଲିଥିବା ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୩ ଚକ ନିର୍ମାଣ କାମ ଶେଷ ହୋଇଛି। ସେଥିରୁ ତାଳଧ୍ୱଜ ରଥର ୧୧, ନନ୍ଦିଘୋଷ ରଥର ୧୨ ଓ ଦେବଦଳନ ରଥର ୧୦ଟି ଚକ ରହିଥିବା ଜଣାପଡ଼ିଛି। ଆଜିଠାରୁ ଦଣ୍ଡା ଓ ନାହାକା କାମ ଆରମ୍ଭ ହୋଇଛି। ୧୯୪ ଜଣ ମହାରଣା ଓ ସେବକ ରଥ ନିର୍ମାଣ କାମରେ ନିୟୋଜିତ ହୋଇଛନ୍ତି।