Odia News Portal

ଅମ୍ରିତଙ୍କ ଚିକିତ୍ସା ଲାଗି ଖର୍ଚ୍ଚହେବ ୨କୋଟି

ଭୁବନେଶ୍ୱର: ବ୍ରହ୍ମପୁରର ଯୁବକ ଅମ୍ରିତଙ୍କ ଚିକିତ୍ସାରେ ଖର୍ଚ୍ଚ ହେବ ୨ କୋଟି ଟଙ୍କା । ତେବେ ଅମ୍ରିତଙ୍କୁ ଚିକତ୍ସା ଲାଗି ସହଯୋଗ ସୁଅ ଛୁଟିବାରେ ଲାଗିଛି । ୮୦ ଲକ୍ଷ ଟଙ୍କା ଏଯାବତ ଆସିଥିବା ସୂଚନା ଦେଇଛନ୍ତି ତାଙ୍କ ଭଉଣୀ । ତେବେ ଆଗାମୀଦିନରେ ଏଭଳି ସହଯୋଗ କରିବା ସହ ତାଙ୍କ ଭାଇଙ୍କ ଆରୋଗ୍ୟ କାମନା କରିବା ଲାଗି ସେ ପ୍ରାର୍ଥନା କରିଛନ୍ତି ।

ସୂଚନା ଥାଉକି, ବ୍ରହ୍ମପୁର ସହରର ୨୪ ବର୍ଷୀୟ ଯୁବକ ହେଉଛନ୍ତି ଅମ୍ରିତ ପ୍ରଧାନ । ସେ କରୋନା ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ ସେଫ୍ଟିଫୋନିଆ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକତ୍ସିତ ହେଉଥିଲେ । ତାଙ୍କୁ ଗ୍ରୀନ କରିଡରରେ ଏୟାରଲିଫ୍ଟ ମାଧ୍ୟରେ ଚେନ୍ନାଇ ନିଆଯାଇଛି । ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ତାଙ୍କ ନିକଟକୁ ମଧ୍ୟ ସହଯୋଗର ସୁଅ ଛୁଟୁଛି । ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ ମା ସ୍କୁଲରେ ଶିକ୍ଷକତା କରୁଛନ୍ତି । ଜଣେ ମଧ୍ୟବିତ ପରିବାରର ଯୁବକଙ୍କ ଚିକତ୍ସାରେ ଏତେ ଟଙ୍କା ଖର୍ଚ୍ଚ କରିବା ଅସମ୍ଭବ । ଏଣୁ ସମସ୍ତଙ୍କ ସହଯୋଗ ଲେଢ଼ିଛନ୍ତି ତାଙ୍କ ଭଉଣୀ ।