Odia News Portal

ତହସିଲଦାରଙ୍କୁ ମାଡ଼

ବଲାଙ୍ଗୀର: ତହସିଲଦାରଙ୍କୁ ମାଡ଼ ମାରିଲେ ଚାଷୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁରୁ ଆସିଛି ଏଭଳି ଖବର । ଦେଓଗାଁ ତହସିଲଦାର ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ତାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ମାଡ ମାରିଥିବା ଲୋକଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି ତହସିଲଦାର । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ପ୍ରକାଶ ଥାଉ କି ରବି ଧାନ ମଣ୍ଡିରେ ଧାନ ବିକ୍ରିରୁ ବଞ୍ଚିତ ହେଉଥିବା ଚାଷୀମାନେ ସୋମବାର ମଧ୍ୟାହ୍ନରେ ଏନ ଏଚ ଉପରେ ଟ୍ରାକ୍ଟରରେ ଆଣି ଥିବା ଧାନ ଗାଡି ରଖି ରାସ୍ତା ଅବରୋଧ କରିଥିଲେ। ଦେଓଗାଁ ପେକ୍ସକୁ ଆସିଥିବା ୮୧୦ କୁଇଣ୍ଟାଲ ଧାନ ବିକ୍ରି ହୋଇ ଟାର୍ଗେଟ ଶେଷ ହୋଇ ଯାଇଛି। ଟୋକନ ଆସିଥିବା ୪୫ ଜଣ ଚାଷୀଙ୍କ ଟୋକନ ଲେପ୍ସ ହେବା ଉପରେ ଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରି ଚକା ଜାମ ଆନ୍ଦୋଳନ କରିଥିଲେ । ଦେଓଗାଁ ପେକ୍ସରେ ୫ ହଜାର କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ୭୮ ଜଣ ଚାଷୀ ପଞ୍ଜିକରଣ କରିଥିଲେ।