Odia News Portal

ଯୁକ୍ତ ୨ ମୂଲ୍ୟାୟନ ଲାଗି ଆଜି ବସିବ ଶେଷ ବୈଠକ

ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାୟନ ଲାଗି ଆଜି ବସିବ ଅନ୍ତିମ ବୈଠକ । ପୂର୍ବରୁ ବୈଠକ ବସିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନାହିଁ । ତେବେ ମୂଲ୍ୟାୟନ ଲାଗି ୧୪ ଜଣିଆଁ ଟିମ୍ ଗଠନ ହୋଇଛି । ବୈଠକରେ ମୂଲ୍ୟାୟନ ସମ୍ବନ୍ଧରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ଏହାପରେ ବନ୍ଦ ଲଫାପାରେ ନିଷ୍ପତ୍ତି ସଂକ୍ରାନ୍ତୀୟ ରିପୋର୍ଟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଦିଆଯିବ। କମିଟିର ପ୍ରସ୍ତାବକୁ ନେଇ ସରକାରୀ ସ୍ତରରେ ବିଚାର ବିମର୍ଷ କରାଯିବା ପରେ ମୂଲ୍ୟାୟନ ସମ୍ବନ୍ଧରେ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯିବ। ମୁଖ୍ୟତଃ ଦଶମ ଶ୍ରେମୀ ବାର୍ଷିକ ପରୀକ୍ଷା ମାର୍କ ଆଧାରରେ ଯୁକ୍ତ ଦୁଇ ପାଠ୍ୟକ୍ରମର ମୂଲ୍ୟାୟନ କରାଯିବ। ଯୁକ୍ତ ଦୁଇ ମୂଲ୍ୟାୟନକୁ ନେଇ ପରିଷଦ ପକ୍ଷରୁ ୧୪ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା।