Odia News Portal

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ । ଯାହାକି ନିମ୍ନ ମଧ୍ୟବିତ ପରିବାର ଲୋକଙ୍କ ଉପରେ ହେଉଛି ମହାଙ୍ଗା ମାଡ଼ । ଯାହାର ପ୍ରତିବାଦରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ରାଜଧାନୀର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛି ଦଳ । ଆଜି ସକାଳ ୭ଟାରୁ ୧୧ ପର୍ଯ୍ୟନ୍ତ ଦଳ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ୨୫ ଟଙ୍କାରୁ ଅଧିକ ବୃଦ୍ଧି ହୋଇଥିବା ବେଳେ ୨୩ଟଙ୍କା ଉପରେ ବଢ଼ିଛି ଡିଜେଲ । ଯାହାକି ସମସ୍ତଙ୍କୁ ବେଶ ବାଧିଛି । ଗତ ୫ ମାସରେ ୪୩ ଥର ତୈଳ ଦର ବଢ଼ିଛି। ଏମିତିକି ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ଲିଟର ପ୍ରତି ଶହେ ଟଙ୍କା ଟପି ଗଲାଣି। ଏମିତି ସବୁ ଅଭିଯୋଗ ଆଣି ଆଜି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ।

ଏଆଇସିସିର ଆହ୍ୱାନ କ୍ରମେ ସାରା ଦେଶରେ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଦଳୀୟ କର୍ମୀମାନେ ଧାରଣା ଦେଇଥିବା ବେଳେ ରାଜ୍ୟ କଂଗ୍ରେସ ବି ଏଥିରେ ସାମିଲ ହୋଇଛି। ଟ୍ୟାକ୍ସ ପ୍ରତ୍ୟାହାର କରି ତୈଳ ଦର କମ୍ କରିବାକୁ ଦଳ ଦାବି କରିଛି। ସେହିପରି ମାଲକାନଗିରି ଜିଲ୍ଲାରେ ଥିବା ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ପ୍ରତିବାଦ କରିଛି । ତେଲ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଦିନକୁ ଦିନ ଦେଶରେ ତେଲ ଦର ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାର ପ୍ରତିବାଦ କରିଛି କଂଗ୍ରେସ ।