Odia News Portal

କରୋନାରେ ଚାଲିଗଲେ ବାପା ମା, ଏବେ ଝିଅ ଆକ୍ରାନ୍ତ ହୋଇ ଖୋଜୁଛି ରାହା

କଟକ: କରୋନାରେ ଆଗ ଚାଲିଗଲେ ବାପା । ଗତ ଶୁକ୍ରବାର ମାଙ୍କର ହୋଇଛି ପରଲୋକ । ପରିବାରର ଦୁଇଜଣଙ୍କ ହରାଇ ଏବେ ଦୁଃଖରେ ରହିଥିବା ଝିଅକୁ ମଧ୍ୟ ଗ୍ରାସ କରିଛି କରୋନା । ମହାମାରୀରେ ଆକ୍ରାନ୍ତ ହୋଇଥିବା ଝିଅ ରହିଛି କୋଭିଡ୍ ଯତ୍ନ କେନ୍ଦ୍ରରେ । ସ୍ୱର୍ଗତ ନାରାୟଣ ବିଶ୍ୱାଳ ଓ ସ୍ୱର୍ଗତ ସରୋଜୀନୀଙ୍କ ଝଅ ହେଉଛନ୍ତି ରୁକ୍ମୁଣୀ । ବାପା ମା ଛେଉଁଣ୍ଡ ଝିଅ ଏବେ କରୋନାରେ ଆକ୍ରାନ୍ତ ।

ସୂଚନା ଅନୁଯାୟୀ, ଚୌଦ୍ୱାର ପୌରପାଳିକା ୧୮ ନମ୍ବର ୱାର୍ଡ଼ ଅନ୍ତର୍ଗତ ଗଉଡ଼ ସାହିରେ ଭଡ଼ାରେ ରହୁଥିଲେ ନାରାୟଣ ବିଶ୍ୱାଳ, ତାଙ୍କ ପତ୍ନୀ ସରୋଜିନୀ ଓ ଏକମାତ୍ର ଝିଅ ରୁକ୍ମିଣୀ। କରୋନାରେ ପୀଡ଼ିତ ହୋଇ ଉଭୟ ବାପା ଓ ମା ପଛକୁ ପଛ ଆରପାରିକୁ ଚାଲିଗଲା ପରେ ଏବେ ସମ୍ପୂର୍ଣ୍ଣ ଭାବେ ଅନାଥ ଓ ଏକା ହୋଇ ଯାଇଛି ରୁକ୍ମିଣୀ। ମା’ ର ମୃତ୍ୟୁ ଦିନ ରୁକ୍ମିଣୀର ନମୁନା ପରୀକ୍ଷା କରାଯିବାରେ ସେ କରୋନା ପଜିଟିଭ ଥିବା ଜଣା ପଡ଼ିଥିଲା। ଝିଅଟିର ଅବସ୍ଥା ଦେଖି ଘର ମାଲିକ ଚାଇଲ୍ଡ ଲାଇନ୍କୁ ଖବର ଦେଇଥିଲେ। ଖବର ପାଇ ଚାଇଲ୍ଡ ଲାଇନ୍ର ଜିଲା ସଂଯୋଜକ ନାରାୟଣ ଶୁକ୍ଳା ଓ ଟାଙ୍ଗୀ-ଚୌଦ୍ୱାର ଟାସ୍କ ଫୋର୍ସ କମିଟି ସଦସ୍ୟ ନରୋତ୍ତମ ଦାସ ରବିବାର ଦିନ ରୁକ୍ମିଣୀକୁ ଉଦ୍ଧାର କରି ହିନ୍ଦ୍ ସେବକ ସଂଘସ୍ଥିତ ଶିଶୁ କୋଭିଡ଼ ନିଦାନ କେନ୍ଦ୍ରରେ ଭର୍ତି କରିଛନ୍ତି। କେନ୍ଦ୍ରର ମୁଖ୍ୟ ଦାମୋଦର ସାହୁଙ୍କତ୍ତତତ୍ୱାବଧାନରେ ରୁକ୍ମିଣୀର ଚିକିତ୍ସା ଆରମ୍ଭ କରାଯାଇଛି।