Odia News Portal

ବାତ୍ୟା ପ୍ରପୀଡିତଙ୍କ ପାଇଁ ଦେବଦୂତ ସାଜିଲେ ଯୁବ ବିଜେଡି ନେତା ଦୀପକ ମହାପାତ୍ର

କେନ୍ଦ୍ରାପଡା : ବାତ୍ୟା ୟାସ୍ ସମୟରେ ସମସ୍ତେ ସତର୍କ ରହିବା ସହ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେହି ଯେମିତି ଭୋକିଲା ନରୁହେ ସେନେଇ ସତର୍କ ରହିବାକୁ ଦଳୀୟ କର୍ମୀ ଓ ନେତାଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ ନବୀନ । ଯାହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ବିଜୁ ଯୁବ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ ଦୀପକ ମହାପାତ୍ର ।

ବାତ୍ୟା ୟାସ୍ ସମୟରେ ପ୍ରବଳ ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରାପଡାରେ ଲୋକମାନଙ୍କୁ ତଳିଆ ଅଂଚଳରୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିଲା । ତେବେ ପାଟକୁରା ନିର୍ବାଚନମଣ୍ଡଳୀର ବଡବେତରା ପଂଚାୟତରେ ଗାଁରେ ରହି ଯାଇଥିବା କିଛି ଲୋକଙ୍କ ପାଖରେ ସ୍ଥାନୀୟ ପ୍ରଶାସନ ପହଂଚି ପାରିନଥିଲା । ଫଳରେ ସେମାନଙ୍କୁ ରନ୍ଧାଖାଦ୍ୟ ବଂଟନ କରିଥିଲେ ବିଜୁ ଯୁବ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ ଦୀପକ । ତାଙ୍କୁ ଏହି କାର୍ଯ୍ୟରେ ସନ୍ତୋଷ ମହାପାତ୍ର, ଲିପକ୍ ମହାପାତ୍ର, କମଳାକାନ୍ତ ମହାପାତ୍ର, ସମୀର ମହାପାତ୍ର, ସଚିନ ମହାପାତ୍ର, ଦିନେଶ ମହାପାତ୍ର, କାହ୍ନୁ ଜେନା ଓ ବିଶ୍ୱଜିତ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ସମ୍ପୃକ୍ତ ଅଂଚଳରେ ବଂଟନ କରାଯାଇଥିଲା । ମନଭତପୁର ଭାଡିଗୋଳ ୟୁପି ସ୍କୁଲ ଓ ବଡବେତରା ୟୁପି ସ୍କୁଲରେ କ୍ୟାମ୍ପ କରି ସେଠାରେ ରନ୍ଧାଖାଦ୍ୟ ବଂଟନ କରାଯାଇଥିଲା । ଦୀପକଙ୍କ ଏହି କାର୍ଯ୍ୟ ପାଇଁ ପାଟକୁରା ବିଧାୟିକାଙ୍କ ପୁଅ ତଥା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ସଂଜୟ ଅଗ୍ରୱାଲ ଧନ୍ୟବାଦ ଜଣାଇଛନ୍ତି ।