Odia News Portal

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ଇକମୋ ମେସିନ୍‌

ଭୁବନେଶ୍ୱର: ଆଉ ଇକମୋ ଚିକିତ୍ସା ଲାଗି ବାହାରକୁ ଯିବାକୁ ପଡ଼ିବନି । ଏଥରକ ଭୁବନେଶ୍ୱରରେ ଉପଲବ୍ଧ ହେବ ଏହି ଚିକିତ୍ସା ସୁବିଧା । ଭୁବନେଶ୍ୱର କିମ୍ସରେ କାର୍ଯ୍ୟକ୍ଷମ ହୋଇଛି ମେସିନ । ସଫଳତାର ସହ ମେସିନ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ କତ୍ତୃପକ୍ଷ । ରାଜ୍ୟର ଅଳ୍ପ କିଛି ସ୍ଥାନରେ ଏହି ମେସିନ ଥିବାରୁ କରୋନାର ଜଟିଳତାରେ ଚିକିତ୍ସିତ ହେଉଥିବା ରୋଗୀମାନେ ବାହାର ରାଜ୍ୟ ତଥା କୋଲକାତା,ଚେନ୍ନାଇ ଓ ହାଇଦ୍ରାବାଦ ଯିବାକୁ ପଡ଼ୁଥିଲା ।

କରୋନାରେ ଆକ୍ରାନ୍ତ ହେବା ପରେ ଫୁସଫୁସ ଆକ୍ରାନ୍ତ ରୋଗୀଙ୍କ ଲାଗି ଏହି ଇକମୋ ଚିକିତ୍ସା କରାଯାଏ । ତେବେ ଏୟାରଲିଫ୍ଟ ହେଉଥିବା ରୋଗୀଙ୍କ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲା । ଏବେ ଏହି ମେସିନ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାବାସୀଙ୍କୁ ଏକପ୍ରକାର ଆଶ୍ୱସ୍ତି ମିଳିଛି । ନିକଟରେ ଓଡ଼ିଶାରୁ ୩ଜଣ ଏୟାର ଲିଫ୍ଟ୍ ହୋଇ ବାହାର ରାଜ୍ୟକୁ ଚିକିତ୍ସିତ ହେବାକୁ ଯାଇଛନ୍ତି ।