Odia News Portal

ଫାଦର୍ସ ଡେରେ ସ୍ୱତନ୍ତ୍ର ଡୁଡଲ ଜରିଆରେ ଶୁଭେଚ୍ଛା ଜଣାଇଲା ଗୁଗଲ୍‌

ଭୁବନେଶ୍ୱର: ଆଜି ହେଉଛି ପିତୃ ଦିବସ । ଏହି ଅବସରରେ ଗୁଗଲ ତାର ଖାସ୍ ଡୁଡଲ ପ୍ରସ୍ତୁତ କରିଛି । ଏହି ରଙ୍ଗ ବେରଙ୍ଗର ଡୁଡଲ ଜରିଆରେ ଗୁଗଲ ପିତୃଦିବସ ଶୁଭେଚ୍ଛା ଜଣାଇଛି । ଏହି ସ୍ୱତନ୍ତ୍ର ଡୁଡଲ ଉପରେ କ୍ଲିକ କରିବା ପରେ ଦୁଇଟି ପପ୍-ଅପ୍ କାର୍ଡ ଖୋଲି ଯାଉଛି । ଏଥିରେ କ୍ୟାପିଟାଲ ଜି’ ର ଅର୍ଥ ପିତା ଏବଂ ସ୍ମଲ ଜି’ ର ଅର୍ଥ ଛୁଆ । ସ୍ମଲ ଜି ନିଜ ପିତାଙ୍କୁ ଭଲ ପାଇବା ପଠାଉଛି ଯାହାକୁ ପିତା ସ୍ୱୀକାର କରୁଛନ୍ତି । ଏହି ସ୍ୱତନ୍ତ୍ର ଡୁଡଲକୁ ପ୍ରସ୍ତୁତ କରିଛନ୍ତି ଡୁଡଲର ଓଲିବିୟା ବେନ୍ ।

ଖାସ୍ କଥା ହେଉଛି କି, ଏହି ଡୁଡଲ ଉପରେ ଆପଣ ଯେତେବେଳେ କ୍ଲିକ କରୁଛନ୍ତି ଏହା ଅନ୍ୟ ପେଜକୁ ରିଡାୟରେକ୍ଟ ମଧ୍ୟ କରୁଛି । ଯେଉଁଠି ପିତୃ ଦିବସର ଇତିହାସ ବିଷୟରେ ଆପଣ ପଢି ପାରିବେ । ଏହାସହିତ ଏଠାରେ ଆପଣଙ୍କୁ ପିତୃଦିବସର ମେସେଜ ମଧ୍ୟ ପାଇ ପାରିବେ ।