Odia News Portal

୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ

କୋରାପୁଟ: ରାତି ଅଧରେ ଚାଲାଣ ହେଉଥିଲା ଗଞ୍ଜେଇ । ମାଡ଼ି ବସିଲା ପୋଲିସ । ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପାଡ଼ୁଆ ଥାନା ପୋଲିସ ହାବୁଡ଼ରେ ଧରାପଡିଛି । ସେପଟେ ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଫେରାର ହୋଇଯାଇଛି । ଜବତ ହୋଇଥିବା ଗଞ୍ଜେଇ ମୂଲ୍ୟ ୭୦ ଲକ୍ଷରୁ ଅଧିକ ହେବ ।
କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ ପାଡ଼ୁଆ ଥାନା ପୋଲିସ ପାଟ୍ରୋଲିଂ କରିଥିଲା । ଆନ୍ଧ୍ର ଆଡୁ ଦୃତଗତିରେ ଆସୁଥିବା ପିକଅପ ଭ୍ୟାନକୁ ଅଟକାଇବା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଜଙ୍ଗଲ ତ୍ତ୍ୱ ଓ ମାଓ ପ୍ରବଲ ଅଞ୍ଚଳରେ ପୋଲିସର ଏଭଳି ସଫଳତାକୁ ସାଧାରଣରେ ପ୍ରଂଶସା କରାଯାଇଛି ।