ଅଧା ରହିଗଲା ଜଗା ଦର୍ଶନ, ସାତ ପାହାଚରେ ଟଳି ପଡିଲେ ଭକ୍ତ । ଜଗା ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ । ନୂଆଦିଲ୍ଲୀର ୭୬ବର୍ଷୀୟ ମୁଲ ଚାନ୍ଦ ଗୁପ୍ତା ସପରିବାର ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ସାତପାହାଚ ଦେଇ ଯାଉଥିବା ସମୟରେ ଟଳି ପଡିଥିଲେ ମୁଲ ଚାନ୍ଦ ଗୁପ୍ତା । ପରିବାର ଲୋକେ ସଙ୍ଗେ ସଙ୍ଗେ ପୁରୀ ସଦର ମୁଖ୍ୟ ଚିକିର୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
