Odia News Portal

ରାହା ଖୋଜୁଛନ୍ତି ୪ ଅନାଥ ଭାଇ ଭଉଣୀ

କାର୍ଲିମେଳା: ଚାରି ବର୍ଷ ତଳେ ମାଆ ଆର ପାରିକୁ ଚାଲିଗଲେ । ଆଉ ଠିକ୍ ଏହାର ବର୍ଷ ପରେ ବାପା ମାନସିକ ବିକାରଗସ୍ତହୋଇ କୁଆଡେ ଚାଲିଗଲେ ତାହାର କୌଣସି ଖୋଜ ଖବର ନାହି । ହେଲେ ଘରେ ରହିଗଲେ କେବଳ ୪ ଜଣ ଅନାଥ ଶିଶୁ ଯେଉଁ ମାନେ ଗତ ତିନି ବର୍ଷ ଧରି ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲେ । ହେଲେ ଗତ ଏକ ବର୍ଷ ଧରି ଲକ୍ ଡାଉନ ଯୋଗୁଁ ସ୍କୁଲ ବନ୍ଦ ରହିଥିବା ବେଳେ ପାଠ ପଢା ଠପ୍ ହୋଇ ଯାଇଛି । ଏବେ ପେଟ ପାଇଁ ଚାରି ଦ୍ବାର ଘୁରି ବୁଲୁଛନ୍ତି ମାଲକାନଗିରି ଜିଲ୍ଲାର ଚାରି ଭାଇ ଭଉଣି। ଟିକିଏ ଭଲ ଭାବେ ଦେଖନ୍ତୁ ଏହି ୪ ଜଣ ଅନାଥ ଶିଶୁଙ୍କୁ ।

ଦୁନିଆକୁ ଭଲ ଭାବେ ଜାଣିବା ପୁର୍ବରୁ ଦୈବ ସେମାନଙ୍କୁ ପାଖରୁ ଛଡାଇ ନେଲା ସବୁ କିଛି । ମାଲକାନଗିରି ଜିଲ୍ଲା ଭେଜାଗୁଡା ପଞ୍ଚାୟତ ଅନ୍ତର୍ଗତ ପୁଲାପାଲି ଗ୍ରାମର ଏହି ଚାରି ଅନାଥ ଭାଇ ଭଉଣି ହେଉଛନ୍ତି ଭିମା, ମିନତି, ଶିବ ଓ ସବିତା । ଗତ ଚାରି ବର୍ଷ ତଳେ ସାପ କାମୁଡାରେ ଏମାନଙ୍କ ମାଆ ଆର ପାରିକୁ ଚାଲିଯାଇଥିବା ବେଳେ ତିନି ବର୍ଷ ତଳେ ବାପା ମାନସିକ ବିକାରଗସ୍ତହୋଇ ଘର ଛାଡି କୁଆଡେ ଚାଲିଗଲେ ଯେ ତାହାର କୌଣସି ଖୋଜ ଖବର ନାହି । କିଛି ଦିନ ବଡବାପା ଓ ମାମୁ ଘରେ ବିତେଇବା ପରେ ଆଶ୍ରମ ବିଦ୍ୟାଳୟରେ ଭର୍ତ୍ତି ହୋଇଥିଲେ ଏମାନେ ହେଲେ ଗତ ଏକ ବର୍ଷ ଧରି ଲକ୍ ଡାଉନ ଯୋଗୁଁ ସ୍କୁଲ ବନ୍ଦ ରହିଥିବା ବେଳେ ପାଠ ପଢା ଠପ୍ ହୋଇ ଯାଇଛି । ସରକାରଙ୍କ ତରଫରୁ ସେମାନଙ୍କୁ ମିଳୁଛି ମାସକୁ ମାତ୍ର ୨୦ କେଜି ଚାଉଳ ଯାହା ୧୦ ଦିନରେ ଶେଷ ହୋଇ ଯାଉଛି ଆଉ ତାହା ପରେ ପେଟ ପାଇଁ ଚାରି ଦ୍ବାର ଘୁରି ବୁଲୁଛନ୍ତି ଏହି ଅନାଥ ଚାରି ଭାଇ ଭଉଣି ।

ଜଣେ ସ୍ବେଚ୍ଛା ସେବିଙ୍କ ସହାୟତାରେ ଏହି ଏହି ଅନାଥ ଚାରି ଭାଇ ଭଉଣି ଆଜି ମାଲକାନଗିରି ଜିଲ୍ଲାପଳଙ୍କୁ ଦେଖା କରିବା ଲାଗି ଆସିଥିଲେ ହେଲେ ରଜ ଛୁଟି ଯୋଗୁଁ ଜିଲ୍ଲାପାଳଙ୍କ ସହ ସିଧା ସଳଖ ଭେଟ ହୋଇପାରି ନାହି ସେମାନଙ୍କର ହେଲେ ତାଙ୍କ କାର‌୍ୟ୍ୟାଳୟରେ ଏକ ଚିଠି ମାଧ୍ୟମରେ ଜିଲ୍ଲାପାଳଙ୍କୁ ବହି, ଖାତା, କଲମ ଓ ପୋଷାକ ପାଇଁ ନିବେଦନ କରିଛନ୍ତି ଏମାନେ । ଯାହାର ନକଲ ସ୍ଥାନିୟ ବିଡିଓ ଓ ଶିଶୁ ମଙ୍ଗଳ ଅଧିକାରିଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ହେଲେ ବର୍ତ୍ତମାନ ପରିସ୍ତିରେ ସେମାନଙ୍କ ପେଟକୁ ଦୁଇ ମୁଠା ଆହାର ଯୋଗାଇବା ଲାଗି ୫ ହଜାର ଟଙ୍କାର ଆର୍ଥିକ ସହାୟତା କରିଛନ୍ତି ମାଲକାନଗିରି ଜିଲ୍ଲାର ଆଉ ଜଣେ ସମାଜ ସେବି ବିନୋଦ ଟାୱାରି । ଲୋକଙ୍କ ଅଳ୍ପ ବହୁତ ସାହାଯ୍ୟ ଏହି ଚାରି ଅନାଥ ପିଲାଙ୍କ ପାଇଁ କିଛି ଦିନ ଚାଲିଯିବ ସତ ହେଲେ ଆଗକୁ ଲମ୍ବା ରାସ୍ତା ରହିଥିବା ବେଳେ ସେମାନଙ୍କୁ ସରକାରି ସହାୟତାର ନିତ୍ୟାନ୍ତ ଆବଶ୍ୟକତା ରହିଛି ।