Odia News Portal

ଆଦିବାସୀଙ୍କ କାନ୍ଧ ପାଲଟିଛନ୍ତି ମାଲକାନଗିରିର ଆଶା ଦିଦି ପଦ୍ମା ପାଙ୍ଗୀ

ମାଲକାନଗିରି: ମୁଣ୍ଡ ଉପରେ ଡହଡହ ଖରା । ହାତରେ ଫାଇଲ ଓ ମୁହଁରେ ମାସ୍କ ପିନ୍ଧି କରୋନା ଯୁଦ୍ଧରେ ଜିତିବାକୁ ପ୍ରୟାସ । ଲୋକମାନଙ୍କୁ ସେଚତନ କରିବା ସହ ସାଧାରଣ ରୋଗୀଙ୍କ ପାଇଁ କାନ୍ଧ ପାଲଟିଛନ୍ତି ଆଶା ଦିଦି । ଏ ହେଉଛନ୍ତି ମାଲକାନଗିରି ଜିଲ୍ଲା ବଣ୍ଡା ଜନଜାତି ଅଂଚଳ ଅଣ୍ଡ୍ରାହଲ ପଂଚାୟତରେ କାଯ୍ୟ କରୁଥିବା ଆଶା ଦିଦି ପଦ୍ମା ପାଙ୍ଗି । କରୋନା ରୋଗୀ , ପ୍ରସୂତି ମହିଳା, ଏବଂ ସାଧାରଣ ରୋଗୀଙ୍କ ପାଇଁ କାନ୍ଧ ପାଲଟିଛନ୍ତି ଦିଦି । କରୋନା ସଚେତନତା କରିବା, ପାଠ ପଢାଇବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା ଏହା ଏବେ ତାଙ୍କ ନିତିନିଦିଆ କାମ । ପ୍ରତିଦିନ ସ୍ୱାସ୍ଥ୍ୟବସ୍ଥା ବୁଝିବା ଆବଶ୍ୟକ ପଡିଲେ ସେବା ଯୋଗାଇବା ହିଁ ତାଙ୍କର ଲକ୍ଷ୍ୟ । ତେଣୁ ଲୋକଙ୍କୁ ସୁସ୍ଥ ରଖିବା ପାଇଁ ଅହରହ ପ୍ରୟାସ ଜାରି ରଖିଛନ୍ତି ପଦ୍ମା ।

ଏପଟେ ପଦ୍ମା ପାଙ୍ଗୀ ନିଜ ସହକର୍ମୀଙ୍କ ସହ ପ୍ରତିମାସ ୯ ତାରିଖରେ ଅଣ୍ଡ୍ରାହଲ ପଚଂୟତର ଗର୍ଭବତୀ ମହିଳାଙ୍କୁ ଚେକପ୍ କରିବାକୁ ଡାକ୍ତରଖାନା ନିଅନ୍ତି । ଏଥିପାଇଁ ସମ୍ବାରୀ ଶିଶାଙ୍କ ସହ ବୁଲି ଗର୍ଭବତୀ ମହିଳାଙ୍କୁ ଏକାଠି କରନ୍ତି ପଦ୍ମା । ଆଉ ଏଭଳି ଦୁର୍ଗମ ଓ ଅପହଂଚ ଇଲାକାର କଥା ନକହିବା ଭଲ । ରାସ୍ତାଘାଟ ଓ ଯୋଗାଯୋଗ ପାଇଁ ଟାଓାର ସୁବିଧା ନଥିବାରୁ ଅନ୍ୟ ଜିଲ୍ଲାର ଆଶାକର୍ମୀଙ୍କ ଅପେକ୍ଷା ପଦ୍ମାଙ୍କ ଭଳି କିଛି ହାତ ଗଣତି ଆଶାକର୍ମୀ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତଥାପି ଏହି ଅଂଚଳରୁ ରୋଗ ମୁକ୍ତ କରିବାକୁ ପାରୁ ପଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି । ପଦ୍ମାଙ୍କ ଏହି ପରିଶ୍ରମକୁ ଦେଖି ଟ୍ୱିଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମାଙ୍କ ଏହି କାମ ବାସ୍ତବରେ ପ୍ରଶଂସନୀୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।