Odia News Portal

କଲମ ଧରିବା ବୟସରେ ଲଙ୍ଗଳ ଧରୁଛି ଆଦିବାସୀ ଝିଅ

କାର୍ଲିମେଳା: ପାଠ ପଢିବା ବୟସରେ ଲଙ୍ଗଳ ଧରିଲେ ଆଦିବାସି ଝିଅ । ହଳ କରୁଥିବା ଏହି ଝିଅ ଜଣକ ହେଉଛନ୍ତି ମାଲକାନିଗିରି ଜିଲ୍ଲା ତେଗଡା ପଲ୍ଲୀ ଗାଁର ସୋମେ ମାଡି । ବୟସ ମାତ୍ର ୨୦ ବର୍ଷ । ପରିବାର କହିଲେ ମା ଓ ଦୁଇ କୁନି କୁନି ଭାଇ ଭଉଣୀ । ପଢିବାକୁ ଇଛା ଥାଇ ମଧ୍ୟ ସେ ପରିବାର ଦାୟିତ୍ୱରେ ବନ୍ଧା ପଡିଛନ୍ତି । ଯାହା ତାଙ୍କପାଇଁ ବାଧକ ସାଜିଛି ।

୯ବର୍ଷେ ପୂର୍ବରୁ ବାପା ଛାଡି ଚାଲି ଯାଇଥିଲେ ଆରପାରିକୁ । ଯାହା ଫଳରେ ସେ ବାଧ୍ୟ ହୋଇ ନିଜ ପରିବାରର ପେଟ ପୋଷିବାକୁ କାମରେ ଲାଗିପଡିଥିଲେ । କିନ୍ତୁ ଏବେ ପରିବାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାକୁ ଲାଗିଲାଣି । ଯାହା କାରଣରୁ ପରିବାର ଚଳାଇବା ପାଇଁ ତାଙ୍କ ପାଇ କଷ୍ଟ ସାଧ୍ୟ ହୋଇପଡିଛି । ଆଦିବାସୀ ହୋଇ ମଧ୍ୟ କୌଣସି ସରକାରୀ ସହାୟତା ରାଶି ମିଳିପାରୁ ନାହିଁ । ଏନେଇ ସରକାରଙ୍କ ସହାୟତା ଲୋଡିଛନ୍ତ ିସେ । ସରକାରଙ୍କ ତରଫରୁ କୌଣସି ପ୍ରୋତ୍ସାହନ ରାଶି ମିଳିପାରିଲେ ସେ ଆଗକୁ ପାଠ ପଢିପାରନ୍ତେ । ତେବେ ସୋମାନଙ୍କୁ ସରକାରି ସହାୟତା ମିଳଇଲେ ସେ ନିଜ ଭବିଷ୍ୟତ ପାଇଁ ପାଠ ପଢିପାରିବେ ।