Odia News Portal

ଏହି କାରଣ ପାଇଁ ହୋଇପାରୁନଥିଲା ଓବିସି ଗଣନା

ଭୁବନେଶ୍ୱର() ୧୯୩୧- ଶେଷ ଥର ପାଇଁ ହୋଇଥିଲା ପଛୁଆବର୍ଗଙ୍କ ଗଣନା ।
୨୦୧୧- ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ହୋଇଥିଲା ସର୍ଭେ । ରିପୋର୍ଟ କିନ୍ତୁ ପ୍ରକାଶ ପାଇଲା ନାହିଁ ।
୨୦୧୩- ୨୦୧୪ ନିର୍ବାଚନ ପ୍ରଚାର ସମୟରେ ୨୦୧୧ର ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିନଥିବାରୁ କଂଗ୍ରେସକୁ ସମାଲୋଚନା କରିଥିଲା ବିଜେପି । ପ୍ରତିଶ୍ରୁତି ଦେଇଥିଲା ସରକାରକୁ ଆସିଲେ ତଥ୍ୟ ପ୍ରକାଶ କରାଯିବ ।
୨୦୧୪- ବିଜେପି କେନ୍ଦ୍ରରେ ସରକାର ଗଠନ କଲା । କିନ୍ତୁ ପଛୁଆ ବର୍ଗ ସେନସସ ରିପୋର୍ଟ ପ୍ରକାଶ କଲା ନାହିଁ ।
୩୧ ଅଗଷ୍ଟ ୨୦୧୮ – କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ୨୦୨୧ ଜନଗଣନା ପ୍ରସ୍ତୁତିର ସମୀକ୍ଷାବେଳେ ପଛୁଆ ବର୍ଗଙ୍କ ତଥ୍ୟ ସଂଗ୍ରହ ପାଇଁ  ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ କିନ୍ତୁ ଏ ଦିଗରେ ଆଉ ଅଗ୍ରଗତି ହେଲାନାହିଁ ।
ଜାନୁଆରୀ ୨୦୨୦ – ରାଜ୍ୟ ସରକାର ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ଯୋଗ୍ୟତା ତଥ୍ୟ ୨୦୨୧ ଜନଗଣନା ଜରିଆରେ ସଂଗ୍ରହ କରିବାକୁ ସର୍ବସମ୍ମତ ପ୍ରସ୍ତାବ କେନ୍ଦ୍ରକୁ ଦେଇଥିଲେ । କେନ୍ଦ୍ର କିନ୍ତୁ  ଶୁଣିଲା ନାହିଁ ।
ଫେବୃଆରୀ ୨୦୨୦ – ରାଜ୍ୟସଭା ଓ ଲୋକସଭାରେ ବିଜେଡି ସାଂସଦ ମାନେ ଏହି ପ୍ରସଙ୍ଗ ଉଠାଇଥିଲେ ।
୧୭ ଫେବୃଆରୀ ୨୦୨୦- ମୁଖ୍ୟମନ୍ତ୍ରୀ ନେଲେ ଐତିହସାିକ ନିଷ୍କତ୍ତି, ଖେଳିଲେ ମାଷ୍ଟରଷ୍ଟ୍ରୋକ୍ । ଓଡ଼ିଶା ବିଧାନସଭାରେ ଦୁଇଟି ପର୍ଯ୍ୟାୟରେ ପଛୁଆ ବର୍ଗଙ୍କ ଗଣନା ପାଇଁ ନିଆଗଲା ନିଷ୍ପତ୍ତି । ଓଡ଼ିଶା ପଛୁଆବର୍ଗ ଆଇନ ୧୯୯୩ରେ ସଂଶୋଧନ କରାଗଲା । ଏହି ସଂଶୋଧନରେ କମିଶନ ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସର୍ଭେ ପାଇଁ କ୍ଷମତାପ୍ରାପ୍ତ ହେଲେ । ଏହି ସଂଶୋଧନ ପ୍ରସ୍ତାବ  ବିଧାନସଭାରେ ଆଗତ ହେବା ପରେ  ବିରୋଧୀଙ୍କୁ ହତବାକ କରି ମୁଖ୍ୟମନ୍ତ୍ରୀ ଆଣିଲେ ସଂକଳ୍ପ । ସଂକଳ୍ପ ଆଗତ ପ୍ରକ୍ରିୟାକୁ ଏତେ ଗୁପ୍ତ ରଖାଯାଥିଲା ଯେ, ବିରୋଧୀ ତ ବିରୋଧୀ  ସରକାରୀ ଦଳର ବିଧାୟକ ବି ସୁରାକ ପାଇଲେନାହିଁ । ସଂକଳ୍ପ ଆଗତ ସମୟରେ ଦଳର ୯୯% ବିିଧାୟକ ଉପସ୍ଥିତ ଥିଲେ ।