Odia News Portal

ରାସ୍ତାରେ ଧାନଗଛ ଲଗାଇଲେ ଲୋକେ

ମାହାଙ୍ଗା: ରାସ୍ତା ବୁଡି ରହିଛି କାଦୁଅରେ । ଏଦୃଶ୍ୟ ହେଉଛି ମାହାଙ୍ଗା ଇଟାମୁଣ୍ଡଳି ଗାଁର । ଟିକେ ବର୍ଷା ହେଲେ ବି ଏଠାରେ ହୋଇଯାଏ ଆଣ୍ଠୁଏ ଅଣ୍ଠୁଏ ପାଣି । ସମସ୍ତେ ଏହି କାଦୁଅ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରିଥାନ୍ତି ଗାଁ ଲୋକେ । ଗାଡି ତ ଦୂରର କଥା ଏଠାରେ ଚାଲିକି ଯିବା ପାଇଁ ବି ହୋଇଥାଏ କଷ୍ଟସାଧ୍ୟ । ଜରୁରୀ କାଳୀନ ସମସ୍ୟା ପାଇଁ ଗାଁକୁ ଆମ୍ବୁଲାନ୍ସ ଟିଏ ବି ଆସିପାରେ ନାହିଁ । ଯାହା ଫଳରେ ରୋଗୀଙ୍କୁ କାନ୍ଧେଇକି ଚିକିତ୍ସାଳୟକୁ ନେଇଥାନ୍ତି ଗାଁ ଲୋକେ ।

ସ୍ଥାନୀୟ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଯାଏଁ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁନାହାଁନ୍ତି । ତେବେ ଏହାକୁ ବିରୋଧ କରି ଗାଁ ଲୋକମାନେ ଆଜି ଅଭିନବ ଉପାୟରେ ରାସ୍ତାରେ ଧାନଗଛ ଲଗାଇ ପ୍ରତିବାଦ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଏହି ରାସ୍ତା ଉପରେ ପ୍ରଶାସନର ଦୃଷ୍ଟି ପଡୁଛି ।