Odia News Portal

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ମାଲକାନଗିରି: ଜିଲ୍ଲାର ପଡିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲିଗୁଡା ଗ୍ରାମରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ଏହି ଗ୍ରାମରେ ଏକ ବାହାଘର ଚାଲିଥିଲା, ଏହି ବାହାଘରରେ ଯୋଗ ଦେବାକୁ ପଡୋଶୀ ଛତ୍ତିଶଗଡ଼ ରାଜ୍ୟର ଜଇତ ଯାଦବ ନାମକ ଜଣେ ଯୁବକ ଆସିଥିଲେ।

ବିବାହ କାର୍ଯ୍ୟ ସାରିବା ପରେ ସମ୍ପର୍କୀୟ ମାନେ ନିଜ ନିଜ ଘରକୁ ଫେରିଯାଇଥିବା ବେଳେ ଜଇତ କୌଣଷି କାରଣରୁ ରେଙ୍ଗାଲିଗୁଡା ଗ୍ରାମରେ ରହି ଯାଇଥିଲା। ତାପର ଦିନ ସକାଳୁ ଜଇତ ର ମୃତ ଶରୀର ଗାଆଁ ନିକଟସ୍ତ ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହାପରେ ସମ୍ପର୍କୀୟ ଲୋକ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏତଲା ଆଧାରରେ ପୋଲିସ ପଡିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ଜଣାପଡ଼ିଛି।