Odia News Portal

ଆସନ୍ତା ୧୨ରେ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ ବୈଠକ

ଭୁବନେଶ୍ୱର: ଲକଡାଉନରେ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାକୁ ନେଇ ସବୁ ବିଶ୍ୱ ବିଦ୍ୟାୟର କୁଳପତିଙ୍କ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ୧୨ ତାରିଖରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ତେବେ ଏହି ବୈଠକରେ କଣ ନିଷ୍ପତି ନିଆଯିବ ତାଉପରେ ରହିଛି ସମସ୍ତ ନଜର । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବୈଠକ ଡକାଯାଇଛି । ଲକଡାଉନ ସମୟରେ ପାଠପଢ଼ା ସଂପର୍କରେ ଆଲୋଚନା କରାଯିବ । ୟୁଜି ଓ ପିଜି ପରୀକ୍ଷା କେମିତି ହେବ ସେନେଇ କୁଳପତିମାନଙ୍କ ମତାମତ ନିଆଯିବ ।ପରେ ସବୁ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ହେବ । ପରୀକ୍ଷା ନେଇ ସେମାନଙ୍କ ମତ ବି ନିଆଯିବ। ଏଥିସହ ଉଚ୍ଚ ଶିକ୍ଷା ବିଭାଗ ପରୀକ୍ଷା ନେଇ ନିଷ୍ପତ୍ତି ନେବ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।