Odia News Portal

ଆସନ୍ତାକାଲି ସୁପ୍ରିମକୋର୍ଟରେ ପରୀ ମାମଲାର ଶୁଣାଣୀ

ଭୁବନେଶ୍ୱର: ନୟାଗଡ଼ର କୁନି ଝିଅ ପରୀ ମୃତ୍ୟୁକୁ ନେଇ ଏଯାବତ ରହସ୍ୟ ହୋଇ ରହିଛି । ଅଭିଯୁକ୍ତ ସରୋଜ ସେଠୀ ଗିରଫ ହୋଇଥିଲେ ସୁଦ୍ଧା ନୂଆ ନୂଆ ଖବର ନଜରକ ଆସୁଛି । ସବୁଠି ଚାଲିଛି ମୃତ୍ୟୁକୁ ନେଇ ଚର୍ଚ୍ଚା । ଆଜି ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ କରାଯାଇଛି । ଯାହାର ଶୁଣାଣି ଆସନ୍ତାକାଲି ପର‌୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସୁଚନା ଅନୁସାରେ ପରୀ ମା\’ଙ୍କ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣି ସାରିବା ପରେ ସୁପ୍ରିମକୋର୍ଟ ଏହି ନିଷ୍ପତି ନେଇଛି ।

ପରୀ ମା\’ଙ୍କ ପକ୍ଷର ଓକିଲ ତଥା ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନୀଙ୍କ ଯୁକ୍ତିକୁ କୋର୍ଟ ଶୁଣିଥିଲେ । କାହିଁକି ସେମାନେ ସୁପ୍ରିମକୋର୍ଟ ଆସିଛନ୍ତି ସେ ସମ୍ପର୍କରେ ମହେଶ ଜେଠମାଲାନୀ କୋର୍ଟଙ୍କୁ ଜଣାଇଥିଲେ । ଏହି ଅବସରରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ କପି ମାଗିଥିଲେ । ତେବେ ରାୟ କପି ପାଇଲା ପରେ ଆସନ୍ତାକାଲି ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଥିବା ଜଣାଯାଇଛି ।