Odia News Portal

ରୋଟାରୀ କ୍ଲବ ଓ ମିଶନ ପବ୍ଲିକ ସ୍କୁଲ ପକ୍ଷରୁ ବାତ୍ୟା ପିଡ଼ିତାଙ୍କ ପାଇଁ ରିଲିଫ୍ ସହାୟତା

ଭଦ୍ରକ: ମହାମାରୀ କରୋନା କାଳରେ ବାସୁଦେବପୁର ବ୍ଲକର ବାତ୍ୟା ୟାଶ ପ୍ରଭାବିତ ଲୋକମାନଙ୍କ ପାଇଁ ରିଲିଫ ସହାୟତା ପ୍ରଦାନ । ସାମାଜିକ କାର୍ଯ୍ୟରେ ସର୍ବଦା ନିୟୋଜିତ ଭଦ୍ରକ ରୋଟାରୀ କ୍ଲବ ଓ ମିଶନ ପବ୍ଲିକ ସ୍କୁଲ ପକ୍ଷରୁ ଏହି ରିଲିଫ ସହାୟତା ପ୍ରଦାନ କରାଯାଇଛି । ତେବେ ବାସୁଦେବପୁର ତହସିଲଦାରଙ୍କ ସହଯୋଗରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ଏହି ରିଲିଫ ସହାୟତା ବଣ୍ଟନ କରାଯିବ ।

ରିଲିଫ ସାମଗ୍ରୀରେ ବିଶେଷ କରି ଶୁଖିଲା ଖାଦ୍ୟ ଅଟା,ଚୁଡ଼ା,ମୁଢି,ଲୁଣ,ଆଳୁ,ପିଆଜ,ଦିଆସିଲି, ମହମବତୀ ଭର୍ତ୍ତି ୧୫୦ଟି ଖାଦ୍ୟ ବ୍ୟାଗ୍ ସମେତ ୫୦ ଖଣ୍ଡ ବଡ଼ ପଲିଥିନ ପ୍ରଦାନ କରାଯାଇଛି । ଏଥିସହିତ କରୋନା ମୁକାବିଲା ପାଇଁ ୩୦୦ ପିସ୍ (ଘ୯୫) ମାସ୍କ, ସାନିଟାଇଜର୍ ସହିତ ପିଲାମାନଙ୍କ ପାଠ ପଢା ପାଇଁ ଖାତା ଓ କଲମ ମଧ୍ୟ ପ୍ରଦାନ କରାଯାଇଛି । ଏ ନେଇ ଆଜି ଭଦ୍ରକ ଚରମ୍ପା ସ୍ଥିତ ମିଶନ ସ୍କୁଲ ପରିସରରୁ ଏକ ଗାଡ଼ି ସାହାଯ୍ୟରେ ଏହି ରିଲିଫ ସାମଗ୍ରୀ ବାସୁଦେବପୁରକୁ ପଠା ଯାଇଛି ।

ଏହାଛଡ଼ା ଲକଡାଉନରେ ଗରିବ ଓ ଅସହାୟଙ୍କୁ ରୋଟାରୀ କ୍ଲବ ଓ ମିଶନ ପବ୍ଲିକ ସ୍କୁଲ ପକ୍ଷର ପ୍ରତିଦିନ ରନ୍ଧା ଖାଦ୍ୟ ଦିଆଯାଉଛି । ତେବେ ଆଗାମୀ ଦିନରେ ମଧ୍ୟ ରୋଟାରୀ କ୍ଲବ ଓ ମିଶନ ସ୍କୁଲ ପକ୍ଷରୁ ଏଭଳି ସାମାଜିକ କାର‌୍ୟ୍ୟଜାରୀ ରହିବ ବୋଲି କହିଛନ୍ତି ରୋଟାରୀ କ୍ଲବ ସଭାପତି ତଥା ମିଶନ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଇନ୍ଦ୍ରଜିତ ସାହୁ । ରୋଟାରୀ କ୍ଲବ ସଂପାଦକ ସନ୍ତୋଷ ନାୟକ, ରୋଟାରିୟାନ ଅମ୍ବିକା ସ୍ବାଇଁ, ପ୍ରଣବ ସାହୁ ଓ ଅଭିଜିତ ନାୟକ ଉପସ୍ଥିତ ରହି ରିଲିଫ ସହାୟତା କାର୍ଯ୍ୟ ସମ୍ପାଦନ କରିଥିଲେ ।