Odia News Portal

ଭକ୍ତଙ୍କ ପ୍ରତି ବାବା କଣ ନିର୍ଦ୍ଦୟ ହେଉଥିଲେ କି?

ଭୁବନେଶ୍ୱର: ଭକ୍ତମାନଙ୍କ ପ୍ରତି ବାବାଙ୍କ କରୁଣା ସବୁବେଳେ ପ୍ରଚ୍ଛନ୍ନ ହୋଇରହିଥାଏ । ତାଙ୍କ କୃପାର ଲୀଳାକୁ ସହଜରେ ଜାଣି ହୁଏନାହିଁ । ଭକ୍ତର ପୂର୍ବ କର୍ମଫଳକୁ ବିଚାରକୁ ନେଇ ତଦନୁଯାୟୀ ଯଥା ସମୟରେ ତାର ଅନିଷ୍ଟ ଖଣ୍ଡନର ବ୍ୟବସ୍ଥା ସେ କରିଥାନ୍ତି । ଯାହା କଲେ, ଭକ୍ତର ସବୁଠାରୁ ମଙ୍ଗଳ ହେବ, ସେ ତାହା ହିଁ କରିଥାନ୍ତି । ତେବେ ତାଙ୍କ ଆଶିର୍ବାଦକୁ ପୂର୍ଣ୍ଣଭାବେ ଉପଲବ୍ôଧ କରିବା ପାଇଁ ତୁମକୁ ଅବିଚଳିତ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ହେବ । ସେଥିପାଇଁ ବାବା ଶ୍ରଦ୍ଧା ଓ ସବୁରୀ ଏଇ ଦୁଇଟି ଶବ୍ଧ ଉପରେ ଏତେ ବଶେି ଗୁରୁତ୍ୱ ଆରୋପ କରନ୍ତି ।