Odia News Portal

ଜାଣନ୍ତୁ ଉପବାସ ରହିବାକୁ ନେଇ କଣ କହୁଥିଲେ ବାବା

ଭୁବନେଶ୍ୱର: କେଉଁ ମା ଚାହିଁବ ନାହିଁ ଯେ ତା’ ପାଇଁ ତା’ର ସନ୍ତାନ ଉପାସ ରହୁ । ବାବାଙ୍କ ଭଳି ସଦଗୁରୁମାନେ ମାତୃତୁଲ୍ୟ । କୌଣସି କଠୋର ନୀତି ନିୟମ, ବ୍ରତ ପାଳନ କରି ଭକ୍ତମାନେ କଷ୍ଟ ପାଆନ୍ତୁ ଏହା ସେମାନେ ଚାହାଁନ୍ତି ନାହିଁ । ମନର ଉପବାସ ବିନା ଶରୀରର ଉପବାସ ଅର୍ଥହୀନ । ଉପବାସ କଲାବେଳେ ମନ ଯଦି ଏଣେତେଣେ ଘୁରୁଥାଏ, ନାନା କୁଚିନ୍ତାରେ ବୁଡ଼ି ରହେ ତେବେ ଉପବାସ କରି ଲାଭ କଣ? ଉପବାସ ଦ୍ୱାରା ଯଦି ଧାର୍ମିକ ପ୍ରଗତି ସାଧିତ ହୁଅନ୍ତା, ତାହେଲେ ଆଫ୍ରିକା ଓଏସିଆ ମହାଦେଶରେ ଅନାହାରରେ ମରୁଥିବା ଅଗଣିତ ଲୋକଙ୍କର ତ ଇଶ୍ୱର ପ୍ରାପ୍ତି ହୋଇଯାଆନ୍ତା । ଅନାହାର କଷ୍ଟରୁ ଉଦ୍ଧାର କରିବା ପାଇଁ ଏତେ ବ୍ୟାକୁଳ ହୋଇ ଭଗବାନଙ୍କୁ ଡାକନ୍ତେ ନାହିଁ ଲୋକମାନେ ।