Odia News Portal

ସତ୍ୟ କଣ? ଇଶ୍ୱର କଣ? ଏ ସମ୍ପର୍କରେ କଣ କହୁଥିଲେ ବାବା

ଭୁବନେଶ୍ୱର: ଶ୍ରୀ ସାଇଙ୍କ ମତରେ ଇଶ୍ୱର ଏବଂ ସତ୍ୟ ଏକ ଓ ଅଭିନ୍ନ । ସତ୍ୟନିଷ୍ଠ ମଣିଷ ହିଁ ଦିବ୍ୟତ୍ୱ ଲାଭ କରେ । ଯଦି ଜଣେ ସତ୍ୟକୁ ଉପଲବ୍ଧ କରି ନାହିଁ- ତେବେ ଇଶ୍ୱର, ସ୍ୱର୍ଗ ଏସବୁ ତତ୍ୱ ତା’ ପାଇଁ କେବଳ ବୌଦ୍ଧିକ ତର୍ଜମା ହୋଇ ରହିଯାଏ । ଶୁଦ୍ଧ ଆଚରଣ, ସତ୍ୟନିଷ୍ଠତା ଓ ସଞ୍ଚିତ ପୁଣ୍ୟ ବଳରେ ହିଁ ମନୁଷ୍ୟ ସ୍ୱର୍ଗ ଲାଭ କରେ ବୋଲି ଏକଥା ବାବା କହିଛନ୍ତି ।