Odia News Portal

ଜାଣନ୍ତୁ କ୍ରୋଧକୁ ନିୟନ୍ତ୍ରଣ କରିବା ଲାଗି ବାବା କଣ ଉପଦେଶ ଦେଉଥିଲେ

ଭୁବନେଶ୍ୱର: କ୍ରୋଧକୁ ଅନ୍ତର ମଧ୍ୟରୁ ସମ୍ପୂର୍ଣ୍ଣ ଭାବେ ନିର୍ବାପିତ କରିବା ଏତେ ସହଜ ବ୍ୟାପାର ନୁହେଁ । ବଡ଼ ବଡ଼ ମୁନି ଋଷିମାନେ ମଧ୍ୟ ଏହା କରିପାରି ନାହାନ୍ତି । ମୁନି ଦୁର୍ବାସାଙ୍କ କ୍ରୋଧ ଏହାର ଜ୍ୱଳନ୍ତ ଉଦାହରଣ । ଅହଂଭାବରୁ କ୍ରୋଧର ଉଦଭବ । ମନ ମଧ୍ୟରେ ଯଦି ତିଳେ ମାତ୍ର ଅହଂକାର ଥାଏ, ତାହା ଆଘାତ ପ୍ରାପ୍ତ ହେଲେ ତହିଁରୁ କ୍ରୋଧ ସମ୍ଭୂତ ହୋଇଥାଏ । ଯଦି ଜଣେ ଆନ୍ତରିକ ଭାବେ ଚାହୁଁଥାଏ କ୍ରୋଧ କବଳରୁ ମୁକ୍ତ ହେବା ପାଇଁ, ତେବେ ମନରେ କ୍ରୋଧ ଉପୁଜିବା ମାତ୍ର ସଙ୍ଗେସଙ୍ଗେ ସେ ବାବାଙ୍କୁ ପ୍ରାର୍ଥନା କରିବା ଉଚିତ୍ । ଏବଂ ବାବାଙ୍କୁ ସ୍ମରଣ କରି ହେ ବାବା ମୋର କ୍ରୋଧକୁ ଦମନ କର । ଯେଉଁ ଲୋକ କ୍ରୋଧର କାରଣ ହୋଇଥାଏ, ତା ସହିତ ତର୍କ ନକରି ତାଠାରୁ ଚାଲିଯିବା ଉଚିତ ।