Odia News Portal

ବାବାଙ୍କ ପ୍ରତି କିପରି ଏକାଗ୍ରତା ରଖିବା?

ଭୁବନେଶ୍ୱର: କେବଳ ବଡ଼ ବଡ଼ ଘଟଣା ନୁହେଁ ଦୈନନ୍ଦିନ ଜୀବନର ଅତି ଛୋଟ, ସାମାନ୍ୟ ଘଟଣାରେ ବି ଆମେ ବାବାଙ୍କୁ ସ୍ମରଣ କରିବା ଉଚିତ୍ । ଆମେ ତାଙ୍କୁ ଧ୍ୟାନ କରିବା ଉଚିତ୍ । ଜୀବନରେ ନୂତନ ବୃତ୍ତି ଅବଲମ୍ବନ କରିବା ଭଳି ମହତ୍ୱପୂର୍ଣ୍ଣ ଘଟଣାଠାରୁ ଆରମ୍ଭ କରି ଶୋଇବାକୁ ଯିବା, ଶେଯରୁ ଉଠିବା, ଖାଇବା, ନୂଆ ଜିନିଷ, ବ୍ୟବହାର କରିବା- ଏଇସବୁ କଥାରେ ପ୍ରଥମେ ବାବାଙ୍କୁ ହିଁ ସ୍ମରଣ କରାଯିବା ଉଚିତ୍ । ବାବାଙ୍କୁ ସ୍ମରଣ କରିବା ପାଇଁ କୌଣସି ନିଦ୍ଧିଷ୍ଟ ସମୟ, ସ୍ଥାନ, ପରିବେଶ ଧାର୍ଯ୍ୟ କରାଯାଇନାହିଁ । ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ବାବାଙ୍କୁ ସ୍ମରଣ କରାଯାଇପାରେ । ଯେକୌଣସି ପାର୍ଥିବ କାର୍ଯ୍ୟ କଲାବେଳେ ଆମେ ଆମର ଚେତନାକୁ ବାବାଙ୍କ ସହିତ ସଯୁକ୍ତ କରିପାରିବା । ବାବାଙ୍କୁ ଭକ୍ତି କରିବାର ଏହା ହେଉଛି ସହଜ ପନ୍ଥା ।