Odia News Portal

ମୁଠାଏ ଦାନା ଚେନାଏ ହସର ବାର୍ତ୍ତାନେଇ ଭୋକିଲା ପେଟର ଭୋକ ବୁଝୁଛନ୍ତି ସ୍ୱାଗତିକା

ଭୁବନେଶ୍ୱର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ବାସ୍ ଏ କଥାକୁ ମର୍ମେ ମର୍ମେ ବୁଝନ୍ତି କଛି ଦରଦୀ ହୃଦୟ । କେଉଁଠି ନା କେଉଁଠି ତାଙ୍କ ହୃଦୟରେ ଥାଏ ଅତିରିକ୍ତ ଜାଗାଟେ । ସେଥିପାଇଁ ମାପି ପାରନ୍ତି ଗରିବ ପେଟର ଭୋକକୁ ଅବା ଦୁଃଖି ଶରୀରର ପିଡା଼କୁ । ପତ୍ର ଲଗା ଘଞ୍ଚ ଡାଳଟେ ପରି ହୋଇ ଲୋଟି ଯାଆନ୍ତି କିଛି ନିରାଶ୍ରୟଙ୍କ ମୁଣ୍ଡ ଉପରେ । କହିବା ବାହୁଲ୍ୟ, ନା ପ୍ରତି ବଦଳରେ ଥାଏ ପ୍ରଂଶସା ପାଇବାର ଆଶା, ନା ନିଜ ମନରେ ଗର୍ବ କୋଭିଡ ସଙ୍କଟ ସମୟରେ ଗରିବଙ୍କ ଆହାର ଯୋଗାଇ ହସ ଫୁଟାଉଛନ୍ତି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ସ୍ୱାଗତିକା ମହାନ୍ତି ।

ସାଢେ ଚାରିକୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବୁଥିବା ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁ ଛାତ୍ର ଜନତା ଦଳ ତରଫରୁ ଲକଡାଉନ ସମୟରେ ସୁଶ୍ରୀ ସ୍ୱାଗତିକା ମହାନ୍ତିଙ୍କ ନେତୃତ୍ୱରେ ଦୁଇ ଦିନ ଧରି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲକଡାଉନ ଚାଲୁଥିବା ସମୟରେ ମୁଠାଏ ଦାନା ଚେନାଏ ହସ ସହିତ କେହି ଯେମିତି ଭୋକିଲା ନରହୁନ୍ତୁ ଏ ବାର୍ତ୍ତାନେଇ ଆଗାମୀ ଦିନରେ ଗରିବ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ସେବା ଜାରି ରହିବ ବୋଲି ସୁଶ୍ରୀ ସ୍ୱାଗତିକା ମହାନ୍ତି ଜଣାଇଛନ୍ତି ।