Odia News Portal
Browsing Tag

odisha

ବୁଡ଼ାଜାହାଜରୁ ୨ଟି ‘ଷ୍ଟ୍ରାଟେଜିକ୍‌ କ୍ରୁଜ୍‌ ମିସାଇଲ୍‌’ ଉତ୍‌କ୍ଷେପଣ କଲା ଉତ୍ତର କୋରିଆ

ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଆରମ୍ଭ କରିବା ଆଗରୁ ଶକ୍ତି ପ୍ରଦର୍ଶନପୂର୍ବକ ଉତ୍ତର କୋରିଆ ଗୋଟାଏ ବୁଡ଼ାଜାହାଜରୁ ଦୁଇଟି ‘‌ଷ୍ଟ୍ରାଟେଜିକ୍‌ କ୍ରୁଜ୍‌ ମିସାଇଲ୍‌’ ପରୀକ୍ଷାମୂଳକ ଉତ୍‌କ୍ଷେପଣ କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।‘କେସିଏନ୍‌ଏ’ ନିଉଜ୍‌…

ଆଜିଠାରୁ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ, ଆଦାନୀ ଓ ଇଡି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

ଆଜିଠାରୁ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଅଧିବେଶନର ଏହି ପର୍ଯ୍ୟାୟରେ ସରକାରଙ୍କ ମୁଖ୍ୟ ଏଜେଣ୍ଡା ଦୀର୍ଘ ଦିନ ଧରି ବିଚାରାଧୀନ ବିଲ୍ ପାସ୍ କରିବା ହେବ। ଅଧିବେଶନର ଏହି ପର୍ଯ୍ୟାୟରେ ରାଜ୍ୟସଭାରେ ୨୬ଟି ବିଲ୍ ଏବଂ ଲୋକସଭାରେ ୯ଟି ବିଲ୍ ବିଚାରାଧୀନ ଅଛି।…

ମହିଳା ସରପଞ୍ଚଙ୍କ ମୃତ୍ୟୁ

ପୁରୀ ଜିଲା ନିମାପଡ଼ା ଡେଲ୍‌ଟା ଛକରେ ଏକ ହାଇୱା ଧକ୍କାରେ ଶନିବାର ଜଣେ ମହିଳା ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ପଞ୍ଚାୟତ ସଦାନନ୍ଦପୁର ଗ୍ରାମର ଦୀପା ବେହେରା(୩୨)। ଏନେଇ ତାଙ୍କ ପୁତୁରା ପ୍ରଶାନ୍ତ ବେହେରା ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି।…

୪ଟି ଜଙ୍ଗଲ ଗାଁ ରାଜସ୍ବ ଗ୍ରାମ ଘୋଷଣା

ମୟୂରଭଞ୍ଜ ଜିଲାରେ ପ୍ରଥମ ଥର ପାଇଁ ୪ଟି ଜଙ୍ଗଲ ଗାଁ ରାଜସ୍ବ ଗ୍ରାମ ଘୋଷଣା ପାଇଁ ବିଭାଗୀୟ ସ୍ବୀକୃତି ପାଇଛି। ଠାକୁରମୁଣ୍ଡା ବ୍ଲକ୍‌ର ଭଳିଆଡ଼ାଳ ପଞ୍ଚାୟତରେ ୪ ଗ୍ରାମ ଅବସ୍ଥିତ। ଜଙ୍ଗଲ ଗ୍ରାମକୁ ରାଜସ୍ବ ଗ୍ରାମ ପାଇଁ ରାଜସ୍ବ ପରିଷଦ କଟକଙ୍କ ପତ୍ର ସଂଖ୍ୟା ଭିଆଇ,୧୦/୨୦୧୮ ୭୭୬/ଏଲଆର ଏବଂ…

ପିକଅପ୍‌-ବାଇକ ଧକ୍କା: ୨ ମୃତ

 ପିକଅପ୍‌- ବାଇକ ମୁହାଁମୁହିଁ ଧକ୍କା ହୋଇଥିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏନଏଚ୍ ୫୫ ଜରପଡା ଥାନା ସାନ୍ତାପୁର ନିକଟରେ ଏହିଭଳି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ପିକଅପ୍ ଡ୍ରାଇଭର ସେହି ସମୟରେ ଚମ୍ପଟ ମାରି ଫେରାର ହୋଇଯାଇଥିଲେ ।

ଜଳିଗଲା ୩୦ ବଖରା ଘର

ସୋରଡା ଥାନା ବ୍ରହ୍ମଣଦେବୀ ଗାଁରେ ଅଗ୍ନକାଣ୍ଡ । ଜଳିଗଲା ୧୧ ପରିବାରର ୩୦ ବଖରା ଘର । ନିଆଁ କେଉଁ କାରଣ ପାଇଁ ଲାଗିଲା ତାହା ଏବେ କିଛି ଜଣାପଡିନାହିଁ । ଅଗ୍ନିଶମ ବାହିନି ଦ୍ୱାରା ନିଆଁ ଲିଭା ଉଦ୍ୟମ ଜାରି ରହିଛି ।

ଯୁବତୀଙ୍କୁ ଜିମ ମାଲିକଙ୍କ ଦୁଷ୍କର୍ମ ଅଭିଯୋଗ, ପୋଲିସର ତନାଘନା

କଟକ ସହରରେ ଚାଞ୍ଚଲ୍ୟ। ଜିମ୍‌‌ ଭିତରେ ଜଣେ ଯୁବତୀଙ୍କୁ ଜିମ ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନର୍ଜି ଡ୍ରିଙ୍କ୍‌‌ସରେ ନିଶା ଦେଇ ଯୁବତୀଙ୍କୁ ଜିମ୍‌‌ ଭିତରେ ହିଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଫଟୋ ଭାଇରାଲ କରିଦେବାର ଧମକ ଦେବା ସହିତ ବର୍ଷେ ହେବ ଯୁବତୀଙ୍କୁ ଜିମ ମାଲିକ…

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଗ୍ରହଣ କଲେ କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା

କବିତା ସଂକଳନ “ଦୟାନଦୀ” ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଗ୍ରହଣ କରିଛନ୍ତି କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା। ଗତବର୍ଷ ଡିସେମ୍ବର ମାସରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଏହା ଘୋଷଣା କରାଯାଇଥିବା ବେଳେ ଆଜି ଏହି ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀର…

ପୁରୀର ମାର୍କେଟ କମ୍ପ୍ଲେକ୍ସରେ ପୁଣି ଅଗ୍ନିକାଣ୍ଡ; ହ୍ୟାଣ୍ଡଲୁମ୍‌ ସୋ’ରୁମ୍‌ରେ ଲାଗିଲା ନିଆଁ

ଆଧ୍ୟାତ୍ମିକ ସହର ‘ଶ୍ରୀକ୍ଷେତ୍ର’ରେ ପୁଣି ଥରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଏହା ପୁଣି ୪୮ ଘଣ୍ଟା ନପୁରୁଣୁ। ପୁରୀ ସହରବାସୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଭୁଲି ନଥିଲା ‌‌ବେଳେ ଏଠାରୁ ଅଳ୍ପ ଦୂରରେ ଥିବା ନୀଳାଦ୍ରି କମ୍ପ୍ଲେକ୍ସର ଏକ ହ୍ୟାଣ୍ଡଲୁମ୍‌…

ଯୁବକକୁ ଆକ୍ରମଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଗତକାଲି ସନ୍ଧ୍ୟାରେ ବରଗଡ଼ ସହର ନିଶାମଣି ପଡିଆ ନିକଟରେ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ମାରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଆହତ ଯୁବକ ଜଗନ୍ନାଥ କର୍ଣ୍ଣ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଅପର ପକ୍ଷରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା…