Odia News Portal
Browsing Tag

swadhikar news

ମଣିପୁର ଘଟଣାକୁ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ, ଆସନ୍ତା କାଲି ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ

ସଂସଦ ଅଧିବେଶନର ପ୍ରଥମ ଦିନରେ ମଣିପୁର ହିଂସାକୁ ନେଇ ଉଭୟ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ । ବିରୋଧୀଦଳମାନେ ମଣିପୁର ଘଟଣା ଉପରେ ସଂସଦରେ ପ୍ରଧାନମନ୍ତ୍ରୀ ବୟାନ ରଖନ୍ତୁ ବୋଲି ଦାବି କରିଥିଲେ । ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଏସବୁକୁ ନଜରରେ

ମଣିପୁର ଭାଇରାଲ ଭିଡିଓ ଘଟଣାରେ ୨ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଘଟଣାର ଦୁଇ ମାସ ପରେ ଅଭିଯୁକ୍ତ ଖୁୟରୁମ୍ ହେରାଦାସଙ୍କୁ ଗିରଫ କରିଛି ପୋଲିସ । ଭିଡିଓ ଭାଇରାଲ ପରେ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଟ୍ୱିଟର କିମ୍ବା ଅନ୍ୟ

ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା – ବୌଦ୍ଧ

ମହାରା‌ଷ୍ଟ୍ରର ରାୟଗଡ଼ରେ ଭୂସ୍ଖଳନ:୫ ମୃତ, ଫସି ରହିଛନ୍ତି ଅନେକ

ବୁଧବାର ରାତିରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଆହୁରି ଅନେକ ଘଟଣାସ୍ଥଳରେ ଫସି ରହିଥିବା କଥା ‘ଏନ୍‌ଡିଆର୍‌ଏଫ୍‌’ କହିଛି। ‘ଏନ୍‌ଡିଆର୍‌ଏଫ୍‌’ କହିବା ଅନୁସାରେ, ରାୟଗଡ଼ର ଖାଲାପୁର ତହସିଲ୍‌ ଅନ୍ତର୍ଗତ ଜନଜାତି

ଅଗ୍ନିଶମ ସେବା ବିଭାଗରେ ସୃଷ୍ଟି ହେଲା ୨୬ଟି ନୂତନ ପଦବୀ

ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି। ଏହି ନୂତନ ପଦବୀ ସୃଷ୍ଟି

ସୃଷ୍ଟି ହେଲା ଲଘୁଚାପ, ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷିବ

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଉତ୍ତର ପଶ୍ଚିମ ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ଆଗାମୀ ଦୁଇ ଦିନ ମଧ୍ୟରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ | ପାଣିପାଗ ବିଭାଗର ସୂଚନା ମୁତାବକ ଏହାର ପ୍ରଭାବରେ ଆଜି ମାଲକାନଗିରି, କୋରାପୁଟ,

ମହିଳା ପୋଷ୍ଟମାଷ୍ଟରଙ୍କୁ ନିର୍ମମ ହତ୍ୟା

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ତେଲେନଡିହିର ମହିଳା ‌ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କ ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତ ପୁରୁଷ ବନ୍ଧୁ ନୟନ ସେଠଙ୍କୁ ଗିରଫ କରିଛି। ଗତକାଲି ଠାରୁ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ସେ ଦୋଷ ସ୍ବୀକାର କରିଥିବା ସୂଚନା ମିଳିଛି।

କଟକରେ ପୁଣି ଜୀବନ ନେଲା ମୁକୁଳା ଡ୍ରେନ

ମୁକୁଳା ଡ୍ରେନରେ ପଡି ପୁଣି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । କଟକ ବାରପଥର ଅଞ୍ଚଳରେ ଜଣେ ବ୍ୟକ୍ତି ମୁକୁଳା ଡ୍ରେନରେ ପଡି ମୃତ୍ୟୁବରଣ କରିଛନ୍ତି । ସଫେଇ କରିବା ସମୟରେ କର୍ମଚାରୀ ଜଣଙ୍କ ମୁକୁଳା ଡ୍ରେନ ଭିତରକୁ ଖସିପଡିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଗତ ୪ ଦିନ ମଧ୍ୟରେ ମୁକୁଳା

ବଟି ୫୦ ହଜାର ନେଉଥିଲେ ଦୁଇ ପୁଲିସ ବାବୁ, ମାଡ଼ି ବସିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି। ଉଭୟ ପୁଲିସ ବାବୁ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ

ରେଳଯାତ୍ରୀଙ୍କ ପାଇଁ ଖୁସିଖବର : ଏବେ ଜେନେରାଲ ବଗି ଯାତ୍ରୀଙ୍କୁ ମିଳିବ ଇକୋନମିକ ମିଲ୍

ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଏବେ ଟ୍ରେନର ଜେନେରାଲ କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସୁବିଧା ଓ ଶସ୍ତାରେ ଖାଦ୍ୟ ଓ ପାନୀୟ ଯୋଗାଇ ଦେବ ରେଳ ବିଭାଗ । ଷ୍ଟେସନର ପ୍ଲାଟଫର୍ମ ନିକଟରେ ଯେତେବେଳେ ଟ୍ରେନ ଲାଗିବ ସେତେବେଳେ ଜେନେରାଲ କୋଚ ଆଗରେ