Odia News Portal

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ

ନୂଆଦିଲ୍ଳୀ : ଜାପାନର ଟୋକିଓରେ ଭୂକମ୍ପର ଜବରଦସ୍ତ ଝଟକା ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ର ୭.୨ ବୋଲି ଜଣାପଡ଼ିଛି। ଭୂମିକମ୍ପ ପରେ ପରେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଛି। ତେବେ ସ୍ଥାନୀୟ ଅଞ୍ଚଳରେ ଭୂମିକମ୍ପ ପରେ ସୁନାମୀର ପ୍ରଥମ ଲହର ଏକ ମିଟର ଉଠିଥିବା ସୂଚନା ମିଳିଛି।

ସ୍ଥାନୀୟ ସମୟ ଅନୁସାରେ ଭୂମିକମ୍ପ ସନ୍ଧ୍ୟା ୭.୨ରେ ଆସିଛି। ମିୟାଗୀ ଅଞ୍ଚଳର ପାଖାପାଖି ୬୦ କିମି ଗଭୀରତାରେ ଭୂମିକମ୍ପ ଆସିଥିବା କୁହାଯାଉଛି। ସ୍ଥାନୀୟ ଅଞ୍ଚଳରେ ରେଳ ସେବା ବନ୍ଦ କରିଦିଆଯାଇଛି। ଶିଙ୍କାନସେନ୍‌ ବୁଲେଟ ଟ୍ରେନ୍‌ ସେବା ମଧ୍ୟ ବନ୍ଦ ରହିଛି।

ସୂଚନାଯୋଗ୍ୟ, ୧୧ ମାର୍ଚ୍ଚ ୨୦୧୧ରେ ଜାପାନରେ ରିକ୍ଟର ସ୍କେଲ୍‌ରେ ୯ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ତାପ​‌ରେ ସୁନାମୀ ମଧ୍ୟ ଆସିଥିଲା। ଅନେକ ଲୋକଙ୍କ ଜୀବନ ନେଇଥିଲା ସୁନାମୀ। ମିଳିଥିବା ସୂଚନା ଅନୁସାରେ, ସୁନାମୀ ପାଇଁ ଆଲର୍ଟ ଜାରି ହେବା ପରେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନେ ଉଚ୍ଚା ସ୍ଥାନକୁ ଚାଲିଯାଇଛନ୍ତି। ଭୂମିକମ୍ପରେ ମୃତାହତଙ୍କ ନେଇ କୌଣସି ସୂଚନା ମିଳିପାରିନାହିଁ।