Odia News Portal

ଜାତୀୟ ରାଜପଥ ଉପରେ ହାତୀପଲ, ଯାତାୟାତ ବାଧାପ୍ରାପ୍ତ

ଜାତୀୟ ରାଜପଥ ଉପରେ ହାତୀପଲ ।  କେନ୍ଦୁଝର ପାଟଣା ରେଞ୍ଜକୁ ଫୁଣି ଫେରିଲେ ହାତୀ ।  ଆଜି ସକାଳୁ କେନ୍ଦୁଝର ତୁରୁମୁଙ୍ଗା ତ୍ରିବିନ୍ଧା ଗାଁ ନିକଟରେ ୪୯ନମ୍ବର ଜାତୀୟ ରାଜପଥ ପାର ହୋଇ ହାତୀପଲ ପାଟଣା ରେଞ୍ଜରେ ପ୍ରବେଶ କରିଛନ୍ତି ।

ହାତୀପଲ ରାସ୍ତା ପାର ହେଉଥିବାବେଳେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।  ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଥିଲା ।  ହାତୀପଲଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିଛି ।