Odia News Portal

ଡିସେମ୍ବର ୧୫ରୁ ଆନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ

ଆସନ୍ତା ଡିସେମ୍ବର ୧୫ରୁ ଦେଶରେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। କେବଳ ୧୪ଟି ଦେଶ ପାଇଁ ଭାରତ ଏହି ସେବା ଆରମ୍ଭ ହୋଇପାରେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ଆରମ୍ଭରୁ ପର୍ଯ୍ୟାୟକ୍ରମେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା। ଏବେ ସ୍ଥିତିରେ ଏବେ କିଛିଟା ସୁଧାର ଆସିବା ପରେ ଆସନ୍ତା ୧୫ ତାରିଖରୁ ପୁଣି ଥରେ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ବିମାନ ସେବା ଭଳି ଘରୋଇ ବିମାନ ସେବା ଉପରେ ମଧ୍ୟ କଟକଣା ଲାଗିଥିଲା। ସଂକ୍ରମଣ କମିବା ପରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ସେବା ଆରମ୍ଭ ହୋଇଥିଲା। ଗତ ମାସରେ ହିଁ କେନ୍ଦ୍ର ସରକାର ଘରୋଇ ବିମାନ ସେବା ପୂର୍ଣ୍ଣ କ୍ଷମତାର ସହ କରିବାକୁ ଅନୁମତି ଦେଇଛନ୍ତି। କରୋନା ବେଳେ ମାତ୍ର ୨ ମାସ ପାଇଁ ଘରୋଇ ବିମାନ ସେବା ବନ୍ଦ ରହିଥିଲା। ଏହାପରେ ୨୦୨୦ ମେ’ ମାସରୁ ଶକ୍ତ କଟକଣା ମଧ୍ୟରେ ବିମାନ ସେବାକୁ ଆରମ୍ଭ କରାଯାଇଥିଲା। ପ୍ରଥମେ ୩୩% କ୍ଷମତାର ସହ ବିମାନ ସେବା ଆରମ୍ଭ କରିବାକୁ ସରକାର ଅନୁମତି ଦେଇଥିଲେ।