Odia News Portal

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି ଭିଜିଲାନ୍ସ ଚଢ଼ାଉ । ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି  ।

ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି  ଠୁଳର ଅଭିଯୋଗ ରହିଥିଲା । ଆଜି ସକାଳୁ ମିଳିଥିବା ସୂଚନା ମୁତାବକ, ଭିଜିଲାନ୍ସର ୧୦ ଟି ଟିମ୍‌ ଭିନ୍ନ ଭିନ୍ନ ୧୦ଟି ସ୍ଥାନରେ ଏକ ସଙ୍ଗରେ ଚଢ଼ାଉ କରିଛନ୍ତି ।