Odia News Portal

ରାମ ମନ୍ଦିର ପାଇଁ ପ୍ରଣୀଥା ଦେଲେ ଲକ୍ଷେ

ଅଯୋଧ୍ୟା: ଅଭିନେତ୍ରୀ ପ୍ରଣୀଥା ସୁଭାସ ଶ୍ରୀ ରାମ ମନ୍ଦିର ଭବ୍ୟ ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ସମର୍ପଣ କରିଛନ୍ତି । ଏହା ବିଷୟରେ ପ୍ରଣୀଥା ସୁଭାସ ନିଜର ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏହା ସହିତ କ୍ୟାପ୍ସନ୍ ରେ ଲେଖିଛନ୍ତି,’ଅଯୋଧ୍ୟା ରାମ ମନ୍ଦିର ପାଣ୍ଠି ସମର୍ପଣ ଅଭିଯାନ ରେ ମୁଁ ୧ ଲକ୍ଷ ଟଙ୍କା ଦେବା ପାଇଁ ସଂକଳ୍ପ କରୁଛି। ମୁଁ ଆପଣ ସମସ୍ତଙ୍କୁ ନିବେଦନ କରୁଛି ଏହି ଐତିହାସିକ କ୍ଷେତ୍ରର ଭାଗିଦାର ହୁଅନ୍ତୁ। ରାମ ମନ୍ଦିର ପାଣ୍ଠି ସମର୍ପଣ।’

ଏହା ଛଡା ପ୍ରଣୀଥା ଏହି ଭିଡିଓରେ ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି। ପ୍ରଣୀଥାଙ୍କ ଏହି ନିଷ୍ପତି ପାଇଁ ଲୋକମାନେ ଖୁସି ଥିବା ବେଳେ ତାଙ୍କୁ କମେଣ୍ଟରେ ପ୍ରଶଂସା ମଧ୍ୟ କରୁଛନ୍ତି। ପ୍ରଣୀଥା ସୁଭାସ ଖୁବ୍ ଶୀଘ୍ର କନ୍ନଡ ଫିଲ୍ମ ‘ରାମ ଅବତାର’ ରେ ନଜରକୁ ଆସିବେ। ଏହା ଛଡା ସେ ‘ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ ରେ ମଧ୍ୟ ନଜରକୁ ଆସିବେ। ଏହି ଫିଲ୍ମ ରେ ଅଭିନେତ୍ରୀ ଅଜୟ ଦେବଗନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ।