Odia News Portal

ଆସନ୍ତା ୨୭ରେ ବର୍ଷା-ଅନୁଭବ ମାମଲାର ପରବର୍ତ୍ତୀ ଶୁଣାଣୀ

କଟକ: ତୁଟୁନି ବିବାଦ । ଶୁଣାଣୀ ପରେ ପରେ ଶୁଣାଣୀ ହେଉଥିଲେ ସୁଦ୍ଧା ଷ୍ଟାର କପୁଲ ବର୍ଷା ଓ ଅନୁଭବଙ୍କ ବିବାଦର କୌଣସି ନିସ୍କର୍ଷ ବାହାରି ପାରୁନାହିଁ । ତେବେ କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଛେଦ ମାମଲାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ । ପୂର୍ବରୁ ବର୍ଷାଙ୍କ ଆବେଦନକୁ ଫାମିଲି କୋର୍ଟ ଖାରଜ କରିଛନ୍ତି । ବର୍ଷାଙ୍କ ଆବେଦନ ଅନୁସାରେ ଭରଣପୋଷଣା ମାମଲାର ଫଇସଲା ନିମନ୍ତେ ତାଙ୍କ ପକ୍ଷରୁ ଗତ ୨୭ ତାରିଖରେ ମାମଲା ରୁଜୁ କରାଯାଇଥିଲା । ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ସହ ଆସନ୍ତା ମାସ ୧୪ ତାରିଖରୁ ମାମଲାର ସାକ୍ଷ୍ୟଗ୍ର୍ରହଣ ହେବ ବୋଲି ଆଦେଶ ଦେଇଛନ୍ତି ।ପୂର୍ବରୁ ଅନୁଭବଙ୍କ ପକ୍ଷରୁ ଏଭିଡେନ୍ସ ପିଟିସନ୍ ଦାଖଲ କରାଯାଇଛି ।