Odia News Portal

କଙ୍ଗନାଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ଜାଭେଦ ଅଖତର

ମୁମ୍ବାଇ: ପୁଣି ବିବାଦ ଘେରରେ ଛନ୍ଦି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୟତ । ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଗୀତିକାର ଜାଭେଦ କର । ଅଭିନେତ୍ରୀ କଙ୍ଗନାଙ୍କ ଓକିଲ ୨୮ ଜୁନରେ ଜାଣିଶୁଣି ବମ୍ବେ ହାଇକୋର୍ଟରେ ତାଙ୍କ ପାସପୋର୍ଟ ରିନ୍ୟୁ କରିବା ପାଇଁ ନିଜ ପକ୍ଷରେ ଆଦେଶପ୍ରାପ୍ତ କରିବା ପାଇଁ ଭ୍ରାମକ ବୟାନ ଦେଇଥିଲେ । ଅଖତର ଏବେ କୋର୍ଟରେ କଙ୍ଗନାଙ୍କ ବିରୋଧରେ ହସ୍ତକ୍ଷେପ ଆବେଦନ କରିଛନ୍ତି ।

ଏହି ଆବେଦନରେ ଜାବେଦ ଅଖତର କହିଛନ୍ତି, ନଭେମ୍ବର ୨୦୨୦ରେ ଏକ ଟିଭି ଇଂଣ୍ଟରଭ୍ୟୁ ମଧ୍ୟରେ କଙ୍ଗନା ରନାଓତ ଙ୍କ ବିଷୟରେ ତାଙ୍କ ଟିପ୍ପଣୀକୁ ନେଇ ତାଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ଦାଏର କରିଥିଲେ । ଅଖତର ବଲିଉଡ ଆକ୍ଟ୍ରେସଙ୍କ ଦ୍ୱାରା ଦାୟର ହୋଇଥିବା ରିଟ ଆବେଦନରେ ହସ୍ତକ୍ଷେପ କରିବା ପାଇଁ ଦାବି କରିଛନ୍ତି । ଯିଏ ଜଣେ ଲେଖକଙ୍କ କପିରାଇଟର କଥିତ ଭାବରେ ଉଲ୍ଲଂଘନ କରିଥିବା ନେଇ ତାଙ୍କ ବିରୋଧରେ ଏକ ଏଫଆଇଆର କୁ ଚ୍ୟାଲେଂଜ ଦେଇଛନ୍ତି ।