Odia News Portal

୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀ

ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି କୃଷି ଆଇନକୁ ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ କୃଷି ଆଇନର ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ୩ଟି କୃଷି ଆଇନକୁ ପ୍ରତ୍ୟାହାର କରି ନେଉଛନ୍ତି ।

 ସେ ଯାହା କରୁଛନ୍ତି ଦେଶବାସୀଙ୍କ କଲ୍ୟାଣ ପାଇଁ କରୁଛନ୍ତି । ଆସନ୍ତା ସଂସଦ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆନ୍ଦୋଳନରତ କୃଷକଙ୍କୁ ନିଜ ନିଜ ଘରକୁ ଫେରି ଯିବାକୁ ଅନୁରୋଧ କରିଛନ୍ତି 

। କିଛି ଚାଷୀଙ୍କୁ ଆଇନର ମହତ୍ତ୍ୱ ବିଷୟରେ ସରକାର ବୁଝାଇ ପାରି ନଥିବାରୁ ମୋଦି ଦେଶବାସୀଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଏହି ବଡ଼ ଘୋଷଣା ପରେ ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାୟତ ଟୁଇଟ କରି ସୁଚନା ଦେଇଛନ୍ତି ଯେ “ଏବେ ଆମେ ଆନ୍ଦୋଳନରୁ ହଟିବୁ ନାହିଁ । ସଂସଦରେ ୩ ଆଇନ ଉଚ୍ଛେଦ ହେବା ଯାଏଁ ଅପେକ୍ଷା କରିବୁ ଏମଏସପି ବ୍ୟତିତ ଅନ୍ୟ ପ୍ରସଙ୍ଗରେ ବି ପ୍ରଧାନମନ୍ତ୍ରୀ କହିବା ଉଚିତ” ।