Odia News Portal

ଟିକା ନନେଲେ ହୋଟେଲ ଓ ମଲ୍କୁ ମନା


ଭାରତରେ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ତାମିଲନାଡୁର ମଦୁରାଇ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ପରୋକ୍ଷରେ ବାଧ୍ୟତାମୂଳକ କରାଯାଇଛି। ନିୟମ ଅନୁସାରେ, ଟିକା ନେଇ ନଥିବା ଲୋକଙ୍କୁ ମଲ, ଶପିଂ କମ୍ପ୍ଲେକ୍ସ, ହୋଟେଲ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ପ୍ରବେଶ ପାଇଁ ଅନୁମତି ମିଳିବନି।ମଦୁରାଇରେ ଏଯାଏ ପ୍ରାୟ ୩ ଲକ୍ଷ ଲୋକ ଏଯାଏ ଟିକାର ଗୋଟିଏ ହେଲେ ବି ଡୋଜ୍ ନେଇ ନଥିବା ଜଣାପଡ଼ିଛି। ମଦୁରାଇ ଜିଲ୍ଲାପାଳ ଅନୀଶ ଶେଖର କହିଛନ୍ତି, ମଦୁରାଇରେ ଏଯାଏ ୭୧.୬% ଲୋକ ଟିକାର ଗୋଟିଏ ଡୋଜ୍ ନେଇଥିବା ବେଳେ ୩୨.୮% ଲୋକ ଦୁଇଟି ଡୋଜ୍ ନେଇଛନ୍ତି।ୟ
ଦ୍ୱିତୀୟ ଡେଡ ଲାଇନ ପରେ ମଧ୍ୟ ପ୍ରାୟ ୩ ଲକ୍ଷ ଲୋକ ଟିକାର ଗୋଟିଏ ହେଲେ ବି ଡୋଜ୍ ନେଇନାହାନ୍ତି। ତେଣୁ ସେମାନଙ୍କ ଟିକାକରଣ ଜରୁରୀ ବୋଲି ସେ କହିଛନ୍ତି।