Odia News Portal

କୋରାପୁଟରୁ ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ

କୋରାପୁଟ ଲମତାପୁଟ ଅଂଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ । ଏକ ବୋଲେରୋରେ କାଠବାକ୍ସରେ ଯନ୍ତ୍ରପାତି ନେବା ଭଳି ୧୧ଟି ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଲମତାପୁଟ ସଗର ଛକ ନିକଟରେ ଗାଡି ଚେକିଂ ସମୟରେ ବ୍ୟାରିକେଡ୍ ଭାଙ୍ଗି ପ୍ରବଳ ବେଗରେ ପଳାଉଥିଲା । ହେଲେ ପୋଲିସ ଗାଡିକୁ ପିଛା କରି କଂଚନା ଘାଟି ନିକଟରେ ଅଟକାଇଥିଲା । ପୋଲିସକୁ ଦେଖି ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛି । ଜଲାପୁଟ ଅଂଚଳରୁ ଛତିଶଗଡ଼କୁ ଗଂଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି ।