Odia News Portal

ଆଜିଠାରୁ ମା’ ଭଗବତୀଙ୍କ ପୀଠରେ ୧୪୪ ଧାରା

ଖୋର୍ଦ୍ଧା  : ଖୋର୍ଦ୍ଧା ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ବୁଧବାର ୧୪୪ ଧାରା ଲାଗୁ ହେବ। ଏହା ସନ୍ଧ୍ୟାରେ ଲାଗୁ ହେବା ନେଇ ଜଣାପଡ଼ିଛି। ପାର୍ବଣରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଚାଲିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ସନ୍ଧ୍ୟା ୭ଟାରୁ ଆସନ୍ତା ୧୫ ତାରିଖ ସକାଳ ୬ଟା ଯାଏ ବାଣପୁର କଲେଜ ଛକରୁ ମା’ଙ୍କ ମନ୍ଦିର ଯାଏ ୧୪୪ ଧାରା ଜାରି କରାଯିବ ।