Odia News Portal

୨ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକିଦେଲେ…

ମୟୁରଭଞ୍ଜ: ରାଜ୍ୟରେ ଏବେବି ଚାଲିଛି ଶିଶୁ ବିକ୍ରି କାରବାର । ମାସକର ଶିଶୁ ପୁତ୍ରକୁ ୨ ହଜାରରେ ବିକ୍ରି କରିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘଟଣା ଘଟିଛି ଝାରପୋଖରିଆ ଥାନା ଶଙ୍ଖାଭଙ୍ଗା ଗାଁ ରେ । ଶିଶୁ ବିକ୍ରି ଓ ଗିରଫଦାରି ନେଇ ଝାରପୋଖରିଆ ପୋଲିସର ତରଫରୁ ସୂଚନା ମିଳିଛି ।

ଉକ୍ତ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ମୟୁରଭଞ୍ଜ ଝାରପୋଖରିଆ ପୋଲିସ । ବିକିଥିବା ଦଲାଲ ଏବଂ କିଣିଥିବା ଦମ୍ପତିଙ୍କୁ ଗିରଫ କରିଛି ପୋଲିସ । ତେବେ ବିକିଥିବା ଦଲାଲକୁ ସାରସକଣା ଥାନା ଅଞ୍ଚଳରୁ ଗିରଫ କରିଥିବାବେଳେ ରାଇରଙ୍ଗପୁର ଅଞ୍ଚଳରୁ ଦମ୍ପତି ଗିରଫ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ଗିରଫ ହେବାପରେ ବିକ୍ରି ଶିଶୁ ପୁତ୍ରକୁ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି । ତେବେ କେଉଁ ପରିସ୍ଥିତିରେ ଶିଶୁ ପୁତ୍ରଙ୍କୁ ବିକ୍ରି କରାଯାଇଥିଲା ତାର କାରଣ ଜଣାପଡ଼ିନାହିଁ । ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି ବୋଲି ସୂଚନା ମିଳିଛି ।